ବଡ଼ବିଲ ରେ ଦେଖିବାକୁ ମିଳିଛି ରାକ୍ଷୀ ଦୋକାନ ରେ ଭିଡ଼

କେନ୍ଦୁଝର ଜିଲ୍ଲାର ବଡ଼ବିଲ ପୌରପାଳିକା ରେ ଦେଖିବାକୁ ମିଳିଛି ରାକ୍ଷୀ ଦୋକାନ ରେ ଭିଡ଼ ରକ୍ଷା ବନ୍ଧନ ପର୍ବ ଆସିଲେ ଭାଇ ଓ ଭଉଣୀମାନଙ୍କ ମଧ୍ୟରେ ବହୁତ ଉତ୍ସାହ ବଢିଯାଏ। ଏହି ପର୍ବ ପ୍ରତିବର୍ଷ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ। ପଞ୍ଚାଙ୍ଗ ଅନୁଯାୟୀ, ଏଥର ପୂର୍ଣ୍ଣିମା ତାରିଖ ଦୁଇ ଦିନ ଅର୍ଥାତ୍ ଅଗଷ୍ଟ ୧୧ ଏବଂ ୧୨ ତାରିଖରେ ପଡୁଛି। ଏଭଳି ପରିସ୍ଥିତିରେ ରକ୍ଷା ବନ୍ଧନ ପର୍ବ କେବେ ପାଳନ କରାଯିବ?ଆଉ ଦୁଇଦିନ ପରେ ୧୧ ତାରିଖରେ ପବିତ୍ର ରକ୍ଷାବନ୍ଧନ ପର୍ବ । ଭାଇ ହାତରେ ଭଉଣୀ ବାନ୍ଧିବ ରାକ୍ଷୀ । ଏଥିପାଇଁ ଭଉଣୀ ସହରରେ ଥିବା ରାକ୍ଷୀ ଦୋକାନ ବୁଲି ବୁଲି କୋଉ ରାକ୍ଷୀ ଭାଇର ହାତକୁ ମାନିବ ତାହା ବାଛି ବାଛି କିଣୁଥିବା ଦେଖିବାକୁ ମିଳିଛି । ଗତ ଦୁଇବର୍ଷ ଧରି କରୋନା କଟକଣା ଯୋଗୁ ରାକ୍ଷୀ ଦୋକାନ ଖୋଲି ନଥିଲା କିନ୍ତୁ ରାକ୍ଷୀ ଦୋକାନ ରେ ଭିଡ଼ ଦେଖିବାକୁ ମିଳିଛି ବଡ଼ବିଲ ରୁ ସୀତାରାମ ଦୀକ୍ଷିତ ରିପୋର୍ଟ।