କାଳୀତୀର୍ଥରେ ଆର୍ଯ୍ୟ ସଂସ୍କୃତି ସୁରକ୍ଷା ପରିଷଦର ଏକ ସାଧାରଣ ବୈଠକ ଅନୁଷ୍ଠିତ

କେନ୍ଦୁଝର ସ୍ଥିତ କାଳୀତୀର୍ଥରେ ଆର୍ଯ୍ୟ ସଂସ୍କୃତି ….

କେନ୍ଦୁଝର: କେନ୍ଦୁଝର ସ୍ଥିତ କାଳୀତୀର୍ଥରେ ଆର୍ଯ୍ୟ ସଂସ୍କୃତି ସୁରକ୍ଷା ପରିଷଦର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ମାନବ କଲ୍ୟାଣ ତଥା ବିଶ୍ୱ ଜଗତରେ ଭାରତର ସ୍ଥାନ ସର୍ବୋଚ୍ଚ ତଥା ଶୀଖରର ଦୃଷ୍ଟିଗୋଚର ହେଇପାରୁ ବୋଲି
ଅନୂସୂଚୀତ ଜନଜାତିଙ୍କର କଲ୍ୟାଣ, ଅବହେଳିତ ମଠ ମନ୍ଦିରର ଉତ୍ଥାନ , ନାରୀ ସଶକ୍ତିକରଣ, ବ୍ରାହ୍ମଣର ସ୍ଥାନ ଏବଂ ଧର୍ମ, , ମାନବ ଚରିତ୍ରର ବିକାଶ ,ପାରିବାରିକ ସମନ୍ବୟ ସ୍ଥାପନ ,ଆର୍ଯ୍ୟ ସଂସ୍କୃତିର ବିକାଶ ,ପ୍ରକୃତିର ରକ୍ଷଣବେକ୍ଷଣ ତଥା ବୈଦିକ ସଂସ୍କୃତି ଏବଂ ବିଜ୍ଞାନର ମାର୍ମିକ ତତ୍ତ୍ୱ ଉପରେ ସବିଶେଷ ଆଲୋଚନା କରାଯାଇଛି
ଉକ୍ତ ସଭାରେ ସଭାପତିତ୍ୱ ଗ୍ରହଣ କରିଥିବା

ସଭାପତି ନିରଞ୍ଜନ ଦାସ ମହୋଦୟ ଏବଂ ପଥପ୍ରଦର୍ଶକକାରୀ ପଣ୍ଡିତ ଶ୍ରୀ ରାଜକୀଶ୍ୱର ପଣ୍ଡା ମହୋଦୟ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ଭାବରେ କେନ୍ଦୁଝର ମହାବିଦ୍ୟାଳୟର ଅଧ୍ୟାପକ ଡା କ୍ଷିରୋଦ ଚନ୍ଦ୍ର ମିଶ୍ର ମହୋଦୟ ,ମୁଖ୍ୟ ବକ୍ତା ଭାବେ ସଂସ୍କୃତ ପ୍ରାଧ୍ୟାପିକା ରଶ୍ମିରେଖା ମିଶ୍ର ମହୋଦୟା ଯୋଗଦାନ କରି ଆର୍ଯ୍ୟ ସମାଜର ଗଠନ ତଥା ସଂସ୍କୃତିର ବିକାଶ ହୋଇ ତାହାର ସୁରକ୍ଷା ଉପରେ କେଉଁ କେଉଁ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ସେ ବିଷୟରେ ଅବଗତି କରାଇଥିଲେ।
ଉକ୍ତ ସଭାରେ ବିବିଧ ଜିଲ୍ଲାରୁ ମାନ୍ୟଗଣ୍ୟ ବ୍ୟକ୍ତିଗଣ ଯୋଗଦାନ କରି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ସଭା ଶେଷରେ ଆଡ୍ଭୋକେଟ୍ ମନୋରଞ୍ଜନ ପାଢ଼ୀ ମହୋଦୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଡିମ୍ପଲ ସାଣ୍ଡିଲ ରିପୋର୍ଟ।