କେନ୍ଦୁଝର:ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚମ୍ପୁଆ ସ୍ଥିତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ୪୮ ତମ ବାର୍ଷିକ ଉତ୍ସବରେ ଯୋଗଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହାବିଦ୍ୟାଳୟରେ ୩ ମହଲା ବିଶିଷ୍ଟ ବିଲଡିଂ ନିର୍ମାଣ ପାଇଁ ₹୪ କୋଟିର ଅର୍ଥରାଶି ଘୋଷଣା କରିଛନ୍ତି ।
ଏହି ଶିକ୍ଷାନୁଷ୍ଠାନରେ ଯୁକ୍ତ ତିନି ବାଣିଜ୍ୟ, ଯୁକ୍ତ ତିନି ଭୁତତ୍ତ୍ୱ ବିଜ୍ଞାନ, ଏବଂ କଳା ପାଠ୍ୟକ୍ରମରେ ସଂସ୍କୃତ ଏବଂ ସାମାଜିକ ଶାସ୍ତ୍ର ସହିତ ଇଣ୍ଡିଗ୍ରେଟେଡ଼ ବି. ଏଡ଼ ଶିକ୍ଷା ପାଠ୍ୟକ୍ରମ ଆରମ୍ଭ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଚମ୍ପୁଆ କଲେଜରେ ବିଭିନ୍ନ ନୂତନ ପାଠ୍ୟକ୍ରମ ଆରମ୍ଭ କରିବାକୁ ପ୍ରସ୍ତାବ ରଖିବା ସହ ଚମ୍ପୁଆ ମହାବିଦ୍ୟାଳୟକୁ National Excellence Centre ଓ ସ୍ୱୟଂଶାସିତ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।