କେନ୍ଦୁଝର କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ସଙ୍ଘର ନିର୍ବାଚନ

ଏହି ନିର୍ବାଚନ ପ୍ରକ୍ରିୟାକୁ ଉତ୍କଳ କେମିଷ୍ଟ ସଙ୍ଘ ପକ୍ଷରୁ ସିଦ୍ଧାର୍ଥ ଦାସ ଅବଜରବର ଭାବେ ନିଯୁକ୍ତି ପାଇଥିଲେ…..

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଔଷଧ ସଂଘର ୨୦୨୨ /୨୫ ବର୍ଷ ପାଇଁ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଯାଇଛି l ସଙ୍ଘର ୨୪ ଜଣିଆ କର୍ମକର୍ତ୍ତା ନିର୍ବାଚନପାଇଁ ୪ ତାରିଖରେ ଆନନ୍ଦପୁର,୭ ତାରିଖରେ ବଡ଼ବିଲ ଓ ୧୧ ରେ କେନ୍ଦୁଝର ଜୋନ ରେ ନିର୍ବାଚିତ ପ୍ରାଥୀ ମାନଙ୍କୁ ନେଇ ଆଜି ମା ତାରିଣୀ ପୀଠ ଘଟଗାଁ ଠାରେ ଏ ଜି ଏମ କରାଯାଇ ସଭାପତି ଓ ସମ୍ପାଦକ ନିର୍ବାଚନ କରାଯାଇଥିଲା l

ସଭାପତି ପଦ ପାଇଁ ବରଦା ପ୍ରସନ ଦାସ ଓ ଦୀପତେନ୍ଦୁ ରଣା, ସମ୍ପାଦକ ପାଇଁ ଦୀପ୍ତିକାନ୍ତ ମହାପାତ୍ର ଓ ଉମାକାନ୍ତ ସ୍ୱାଇଁ ପ୍ରାଥୀପତ୍ର ଦାଖଲ କରିଥିବା ବେଳେ,୧୩ ଖଣ୍ଡ ଭୋଟ ପାଇ ଦୀପତେନ୍ଦୁ କେନ୍ଦୁଝର ଜିଲ୍ଲା ମୁନିସିପାଲିଟି ଭାଇସ ଚେୟାରମ୍ୟାନ ବରଦା ପ୍ରସନ୍ନ ଙ୍କୁ ପରାସ୍ତ କରିଥିଲେ l ସେହିପରି ଦୀପ୍ତିକାନ୍ତ ୧୩ ଖଣ୍ଡ ଭୋଟ ପାଇ ଉମାକାନ୍ତଙ୍କୁ ପରାସ୍ତ କରିଥିଲେ l ଏହି ନିର୍ବାଚନ ପ୍ରକ୍ରିୟାକୁ ଉତ୍କଳ କେମିଷ୍ଟ ସଙ୍ଘ ପକ୍ଷରୁ ସିଦ୍ଧାର୍ଥ ଦାସ ଅବଜରବର ଭାବେ ନିଯୁକ୍ତି ପାଇଥିଲେ l

ପରିଶେଷରେ ୟୁ ସି ଡି ଏ ସାଧାରଣ ସମ୍ପାଦକ ପ୍ରଶାନ୍ତ ମହାପାତ୍ର ନବନିର୍ବାଚିତ ମାନଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ କରିବାସହ ସେଠାରେ ଉପସ୍ଥିତ ଥିବା ସମସ୍ତ କେମିଷ୍ଟ ମାନଙ୍କୁ ଉଦବୋଧନ ଦେଇଥିଲେ l ନୂତନ ସଭାପତି ଶ୍ରୀ ଯୁକ୍ତ ରଣା କେନ୍ଦୁଝର କେମିଷ୍ଟ ସଙ୍ଘର ବିଭିନ୍ନ ସମସ୍ୟାକୁ ସୁଧାରିବା ପାଇ ଚେଷ୍ଟା କରିବା ସହ ସଙ୍ଘରେ କୌଣସି ଅସାଧୁ ବ୍ୟକ୍ତି ଙ୍କୁ ସ୍ଥାନ ଦିଆ ଯିବନି ବୋଲି କହିଥିଲେ l ଶେଷରେ ବିଦାୟ ସମ୍ପାଦକ ଅରୁଣ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l