ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ପାଳନ କଲା ବଡ଼ବିଲ ବିଜେପି

ଏହି ଉପଲକ୍ଷେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା…..

କେନ୍ଦୁଝର : ବଡ଼ବିଲ ୧୮/୯ ବଡ଼ବିଲ ମଣ୍ଡଳ କାର୍ଯ୍ୟାଳୟ ରେ ଦେଶର ଜଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ପାଳନ ହୋଇଯାଇଛି l ସନ୍ଧ୍ୟାରେ ମେନରୋଡ଼ ସ୍ଥିତ ଦଳୀୟ କାର୍ଯ୍ୟାଳୟ ରେ କାର୍ଯ୍ୟକର୍ତା ମାନେ ପ୍ରଧାନମନ୍ତ୍ରୀ ଙ୍କ ୭୨ ତମ ଜନ୍ମ ଦିବସ କୁ ୭୨ ଟି ଦୀପ ଜଳାଇ ତାଙ୍କର ଶୁଭ ମନାସି ଥିଲେ l ଏହି ଉପଲକ୍ଷେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା l ସେବା ହିଁ ସଂଗଠନ ମାଧମରେ କେନ୍ଦୁଝର ଜିଲ୍ଲା ଔଷଧ ବିକ୍ରେତା ସଂଘର ନିର୍ବାଚିତ ନୂତନ ଜିଲ୍ଲା ସଭାପତି ଦିପ୍ତେନ୍ଦୁ ରଣା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l

ପ୍ରଥମ ଥର ବଡ଼ବିଲ ର କେହି ଜିଲ୍ଲା ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ଖୁସି ପ୍ରକାଶ ପାଇଥିଲା l ଏହି କାର୍ଯ୍ୟକ୍ରମ ରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓ ପୂର୍ବତନ ନଗରପାଳ ଦିଲ୍ଲୀପ ମିଶ୍ର ଜିଲ୍ଲା ବିଜେପି ଉପସଭାପତି ଓ ଚମ୍ପୁଆ ସଂଯୋଜକ ଦେବପ୍ରସାଦ ମିଶ୍ର ଜିଲ୍ଲା ଉପସଭାନେତ୍ରୀ ସପନା ସାହୁ ଜିଲ୍ଲା ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଶ୍ରଦ୍ଧାଞ୍ଜଳି କର ଜିଲ୍ଲା ହରିଜନ ମୋର୍ଚ୍ଚା ସମ୍ପାଦକ ସନ୍ୟାସୀ ମାଝୀ ମହିଳା ମୋର୍ଚ୍ଚା ମଣ୍ଡଳ ସଭାନେତ୍ରୀ ଅନିତା ଭୌମିକ ଯୁବମୋର୍ଚା ସମ୍ପାଦକ ପରମଜୀତ ସିଂ ରାଧିକା ଦେଇ ବନ୍ଦନା ଦାସ ରିତୁ ବାରିକ ଚିନ୍ମୟ ମହାକୁଡ଼ ସୋମନାଥ ଆପଟ ପ୍ରମୁଖ ଉପସ୍ଥିତ ଥିଲେ