ଓଡିଶା ସାସ୍ଥ୍ୟ ଠିକା କର୍ମଚାରୀ ମହାସଙ୍ଘ କେନ୍ଦୁଝର ଶାଖା ପକ୍ଷରୁ ଚାକିରୀ ସ୍ଥାୟୀ ନେଇ ଜିଲାପାଳ ଙ୍କୁ ଦେଲେ ଦାବୀ ପତ୍ର

ଓଡିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ , ଜାତୀୟ ସ୍ବାସ୍ଥ୍ୟ ମିଶନ ଏବଂ ରାଜ୍ୟ ଏଡସ ନିୟନ୍ତ୍ରଣ ସୋସାଇଟି ଅଧୀନରେ କାର୍ଯ୍ୟରତ ୮୮୧୪ ଜଣ ଠିକା କର୍ମଚାରୀମାନଙ୍କ ଚାକିରିକୁ ନିୟମିତ କରିବା ପାଇଁ ଓଡିଶା ସ୍ଵାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ , କେନ୍ଦୁଝର ଜିଲ୍ଲା ଶାଖା ପକ୍ଷରୁ ଜିଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ଓଡିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ , ଜାତୀୟ ସ୍ଵାସ୍ଥ୍ୟ ମିଶନ ଏବଂ ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସୋସାଇଟି ଅଧୀନରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ଓ ବ୍ଳକର କାର୍ଯ୍ୟରତ ଠିକା କର୍ମଚାରୀ ଦୀର୍ଘ ୧୫ ବର୍ଷରୁ ଊର୍ଦ୍ଧ୍ବ ସମୟ ଜନସାଧାରଣଙ୍କୁ ନିରବଚ୍ଛିନ୍ନ ଭାବରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇଆସୁଛନ୍ତି । ଓଡ଼ିଶାର ସ୍ଵାସ୍ଥ୍ୟ ଅନୁଷ୍ଠାନଗୁଡିକର ଉନ୍ନତି ଆଣିବା ସହିତ ଗୁଣବତା ସ୍ଵାସ୍ଥ୍ୟ ସେବା ସମସ୍ତଙ୍କ ପାଖରେ ପହଂଚାଇପାରିଛୁ । ମହାମାରୀ , ଦୁରାରୋଗ୍ୟ କୁଷ୍କ , ଯକ୍ଷ୍ମା , ମ୍ୟାଲେରିଆ , ପୋଲିଓ , ଏଡ୍‌ସ , ଡେଙ୍ଗୁ , ଆଦି ରୋଗକୁ ନିଜର ଦକ୍ଷ ସ୍ବାସ୍ଥ୍ୟସେବା ପରିଚାଳନାରେ ନିୟନ୍ତ୍ରଣ କରିପାରିଛୁ । ମାତୃ ମୃତ୍ୟୁହାର , ଶିଶୁ ମୃତ୍ୟୁହାର , ଜନସଂଖ୍ୟା ନିୟନ୍ତ୍ରଣ ଭଳି ସ୍ଵାସ୍ଥ୍ୟ ସୂଚକାଙ୍କ ଆଶାତୀତ ଭାବରେ ହ୍ରାସ କରି ପରିଥିବା କହିଛନ୍ତି ସ୍ୱାସ୍ଥ କର୍ମୀ। କୋଳିଡ୍ ଭଳି ମହାମାରୀ ସମୟରେ ଉତମ ସ୍ବାସ୍ଥ୍ୟ ସେବା ପରିଚାଳନା କରି ଶହ ଶହ ଲୋକଙ୍କୁ ମୃତ୍ୟୁ ମୁଖରୁ ବଂଚାଇ ପାରିଛି ।

କୋଭିକ ରୋଗର ପ୍ରତିଷେଧକ ନିମନ୍ତେ ୩୦ ଲକ୍ଷରୁ ଅଧିକ କୋଭିଡ୍ ଟୀକା କେନ୍ଦୁଝର ଜିଲ୍ଲାର ଜନସାଧାରଣଙ୍କୁ ଯୋଗାଇ ଦିଆଯାଇଛି । ଅର୍ଥାତ ଏତେ କାର୍ଯ୍ୟରେ ଲୋକଙ୍କ ସେବା କରିବା ସହିତ ସରକାରଙ୍କ ବିଭିନ୍ନ ଯୋଜନାକୁ ସୁପରିଚାଳନା କରିଆସୁଥିଲେ ମଧ୍ୟ ଓଡ଼ିଶା ସରକାର ସ୍ୱାସ୍ଥ କର୍ମୀ ଙ୍କ ଦାବି କୁ କର୍ଣ୍ଣପାତ କରୁନାହାଁନ୍ତି । ପ୍ରାୟ ୨୬୩୧ ଜଣ ଆୟୁଷ ଡାକ୍ତର , ଦନ୍ତ ଚିକିତ୍ସକ , ମୋବାଇଲ ହେଲଥରେ କାର୍ଯ୍ୟରତ ୧୯୬୮ ଜଣ ପାରାମେଡିକାଲ୍ କର୍ମଚାରୀ , ବୁକ୍ ଓ ଜପନ୍ନୟ ଜନସ୍ବାସ୍ଥ୍ୟ ପରିଚାଳନା କେନ୍ଦ୍ରରେ କାର୍ଯ୍ୟରତ ୧୮୫୩ ମ୍ୟାନେଜରିଆଲ କର୍ମଚାରୀ , ଜିଲ୍ଲା ଜନସ୍ବାସ୍ଥ୍ୟ ପରିଚାଳନା କେନ୍ଦ୍ରରେ କାର୍ଯ୍ୟରତ । ୧୨୩୦ ମ୍ୟାନେଜରିଆଲ କର୍ମଚାରୀ , ମେଡିକାଲ୍ ଆଲାଏଡ୍ ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ କାର୍ଯ୍ୟରତ ୬୦୩ କର୍ମଚାରୀ ରାଜ୍ୟ ଜନସ୍ଵାସ୍ଥ୍ୟ ପରିଚାଳନା ନିର୍ଦ୍ଦେଶାଳୟରେ କାର୍ଯ୍ୟରତ ୩୧୧ ମ୍ୟାଲେରିଆ ଓ ପରାମର୍ଶଦାତା କର୍ମଚାରୀ ଏବଂ ଓଡିଶା ରାଜ୍ୟ ଏଡ୍‌ସ୍‌ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ନିୟୋଜିତ ୪୫୧ ଜଣ କର୍ମଚାରୀମାନଙ୍କର ଚାକିରିକୁ ନିୟମିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ କରିଛନ୍ତି । ଦାବି ପୂରଣ ନ ହେଲେ ଭୁବନେଶ୍ୱର ରେ ଆସନ୍ତା ୨୧ ତାରିଖରେ ଭୁବନେଶ୍ୱର ରେ ଶକ୍ତି ପ୍ରଦର୍ଶନ କରାଯିବା ନେଇ କହିଛନ୍ତି ସ୍ୱାସ୍ଥ କର୍ମୀ !