କେନ୍ଦୁଝର ଜିଲ୍ଲା ଓ ଯାଜପୁର ଜିଲ୍ଲା ଏବେ ଡାକ୍ତର ବଦଳି ଚର୍ଚ୍ଚା ବିଷୟ ପାଲଟିଛି

କେନ୍ଦୁଝର ଜିଲ୍ଲା ଓ ଯାଜପୁର ଜିଲ୍ଲା ଏବେ ଡାକ୍ତର ବଦଳି ଚର୍ଚ୍ଚା ବିଷୟ ପାଲଟିଛି କଣ ପାଇଁ।ଯିଏ ଅନ୍ୟାୟ ବିରୁଦ୍ଧରେ କହିବ ବା ପ୍ରତିବାଦ କରିବ ରାତି ଅଧିଆ ବଦଳି କରାଯାଇଛି।ଶାଶକ ଦଳର ନୂଆ ଯୋଜନା ଆରମ୍ଭ ହୋଇଛି।ଶାଶକ ଦଳର ଗୋଟିଏ ଗୁଳିରେ ଦୁଇ ଟି ସ୍ୱୀକାର କରିଛନ୍ତି। କଳାହାଣ୍ଡି ବଦଳି ଚିଠି ପରେ ଯାଜପୁର ଜିଲ୍ଲା ଓ କେନ୍ଦୁଝର ଜିଲ୍ଲା ଏବେ ଚର୍ଚ୍ଚା ଜୋର ହେଉଛି।
ପୁଣି ଚର୍ଚ୍ଚାରେ ଲୋକପ୍ରିୟ ଡ଼ାକ୍ତର ଫକୀର ମୋହନ ନାୟକ ଆଜି ଦିନରେ ସ୍ଵାସ୍ଥ୍ୟ କ୍ଷେତ୍ରରେ ଖୁବ୍ ଦୟନୀୟ ସ୍ଥିତିରେ ଥିବା ତେଲକୋଇ ଅଞ୍ଚଳରେ ଏକମାତ୍ର ଭରସା ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଭାବେ ନିୟୋଜିତ ହୋଇ ସେ ନିଜର କାର୍ଯ୍ୟ କରିବା ସହ ସୁଖ ଦୁଃଖ ରେ ଡାକ୍ତର ଫକୀର ମୋହନ ନାୟକ ସମସ୍ତ ପାଖକୁ ପହଁଚି ପାରୁଥିଲେ ସୁନ୍ଦର କାର୍ଯ୍ୟ ସମ୍ପାଦନ କରି ଅଞ୍ଚଳରେ ପ୍ରିୟପାତ୍ର ହୋଇ ପାରିଥିଲେ ହେଲେ ୨୦୨୪ ଭୟ ଘାରିଛି କେନ୍ଦୁଝର ବିଜେଡ଼ିକୁ କାହିଁକି ଭୟ? ଡାକ୍ତର ଫକୀର ମୋହନ ନାୟକ କଳାହାଣ୍ଡି ଯିବା ଖବର ପ୍ରକାଶ ପାଇଥିବା ବେଳେ ଅଞ୍ଚଳରେ ପୁଣି ଉତ୍ତେଜନା ପ୍ରକାଶ ପାଇବା ସହିତ ପୁଣି ଆଉ ଏକ ଆନ୍ଦୋଳନ ମୁଣ୍ଡ ଟେକୁଛି କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଡାକ୍ତର ନଥିବା ବେଳେ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଡାକ୍ତର ଫକୀର ନାଏକଙ୍କୁ ତେଲକୋଇ ବଦଳି କରାଯାଇଥିଲା। ପରେ ତାଙ୍କୁ ଯୋଡ଼ାକୁ ବଦଳି କରାଯାଇଥିଲା। ସଂପୃକ୍ତ ଡ଼ାକ୍ତରଙ୍କୁ ତେଲକୋଇରେ ନିଯୁକ୍ତି ଦାବି କରିବାରୁ ସିଡିଏମଓ ସପ୍ତାହକୁ ୩ ଦିନ ଗୁରୁବାର, ଶୁକ୍ରବାର ଓ ଶନିବାର ତେଲକୋଇରେ ରୋଗୀ ସେବା କରିବାକୁ ନିର୍ଦ୍ଦେଶ ଦେଇଥିଲେ।ତଦନୁଯାୟୀ ଡାକ୍ତର ନାଏକ ରୋଗୀଙ୍କୁ ସେବା ଯୋଗାଇବା ଆସୁଥିଲେ।

ଆଜି ହଠାତ୍ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପତ୍ର ସଂଖ୍ୟା ୨୧୮୧୯ ତା୨୯।୯।୨୦୨୨ରେ ତାଙ୍କୁ କଳାହାଣ୍ଡି ବଦଳି କରାଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରତିକ୍ରିୟା ପ୍ରକାଶ ପାଇଛି।ବିବାଦରେ ଯାଜପୁର ହସପିଟାଲ । ବିବାଦରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ଦୁର୍ନିତୀକୁ ପ୍ରଶୟ ଦେଲେ ନାହିଁ ବୋଲି, ସ୍ଥାନୀୟ ବିଧାୟକଙ୍କ ଲୋକ ଟେଣ୍ଡର ପାଇଲେନି ବୋଲି ରାତାରାତି ଟ୍ରାନସଫର । ଏଭଳି ଅଭିଯୋଗ ଆଣି 5 ଟିର ଧଜ୍ଜିଆ ଉଡାଇଛନ୍ତି ବଦଳିଥିବା ଯାଜପୁର ସିଡିଏମଓ ବିରଞ୍ଚି ନାରାୟଣ ବାରିକ ।ଯାଜପୁର ମୁଖ୍ୟ ଚିକିତ୍ସାଳୟ ସହ ଅନ୍ୟ ପିଏଚସି, ସିଏଚସିରେ ହେଉଥିବା ବେଆଇନ ଟେଣ୍ଡର ଫିକ୍ସିଂକୁ ବିରୋଧ କରିବାରୁ ରାତି ଅଧିଆ ବଦଳି କରାଯାଇଥିବା ସେ କହିଛନ୍ତି । ସ୍ଥାନୀୟ ବିଧାୟକଙ୍କ ପାଇଁ ଏଭଳି ଆକ୍ସନ ହୋଇଥିବା ମଧ୍ୟ କହିଛନ୍ତି ଡାକ୍ତର ବିରଞ୍ଚି ନାରାୟଣ ବାରିକ ।

କେତେବେଳେ ପୋଖରୀ ଦୁର୍ନୀତି ତ କେତେବେଳେ ଖେଳ ପଡିଆ କେଳେଙ୍କାରୀ । ପୁଣି ଚାରା ରୋପଣରେ ଘୋଟାଲା । ଯାଜପୁର ଜିଲ୍ଲାରେ ଆରୁହ, ବିଛାଖଣ୍ଡି, ଡଙ୍କାରୀ, ଲୁଣିବର । ହଜାର ହଜାର କୋଟିର ମାଇନିଂ ସ୍କାମ । ଏସବୁକୁ ନେଇ ବିବାଦରେ ଯାଜପୁରର ପାୱାରଫୁଲ୍ ବିଧାୟକ ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟ, ପ୍ରମିଳା ମଲ୍ଲିକ, ପ୍ରିତୀରଂଜନ ଘଡେଇ, ଅମର ଶତପଥୀ । ଏବେ ପୁଣି ସିଡିଏମଓଙ୍କ ବଦଳି ସ୍ବଚ୍ଛତାର ଡିଣ୍ଡିମ ଉପରେ ପ୍ରଶ୍ନ ସୃଷ୍ଟି କରିଛି । ଯାଜପୁରରେ ଦୁର୍ନିତୀର ଲମ୍ବା ତାଲିକା । ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଛି ତ ଖବର, ମୁଖ୍ୟମନ୍ତ୍ରୀଙ୍କ ପିସ୍ ମଷ୍ଟ ଷ୍ଟପର ଇଏ କି ହାଲତ, କିଏ ହେବ ଉତ୍ତରଦାୟୀ