ହତ୍ୟା ଅଭିଯୁକ୍ତ କୁ ଆଜୀବନ କାରା ଦଣ୍ଡା ଦେଶ ଶୁଣା ଇଲେ କେନ୍ଦୁଝର ଜିଲ୍ଲା ଦୌରା ଜଜ କୋୖର୍ଟ

ହତ୍ୟା ଅଭିଯୁକ୍ତ ଚଷା ଦେହୁରୀ କୁ ଆଜୀବନ କାରାଦଣ୍ଡାଦେଶ ….

ହତ୍ୟା ଅଭିଯୁକ୍ତ ଚଷା ଦେହୁରୀ କୁ ଆଜୀବନ କାରାଦଣ୍ଡାଦେଶ ସଜା ଶୁଣାଇଲେ କେନ୍ଦୁଝର ଜିଲ୍ଲା ଦୌରାଜଜ୍ କୋର୍ଟ । ଏଥିସହ, ୧୦ ହଜାର ଟଙ୍କା ଜୋରିମାନା ମଧ୍ୟ କଲେ । ଜୋରିମାନା ଅନାଦେୟ, ଅଧିକ ୧ବର୍ଷ ସଶ୍ରମ ସଜା ଶୁଣାଇଲେ କୋର୍ଟ । ୭-୧୦-୨୦୨୧ ତାରିଖରେ ନୟାକୋଟ ଥାନା କଡ଼ାକଳା ଗାଁରେ ସାମାନ୍ୟ ବଚସାକୁ ନେଇ ନୀଳ ଗିରି କୁ ତୀର ମାରି ହତ୍ୟା କରିଥିଲା ଅଭିଯୁକ୍ତ ଚଷା ଦେହୁରୀ । ସେହିଦିନ, ନିଳ ଗିରି, ଜଗଦୀଶ ଦେହୁରୀ ଏବଂ ସାଗୁ ଦେହୁରୀ ମିଶି ବଳଦ ଚରାଉଥିଲେ ।

ଏହି ସମୟରେ ଚଷା ଦେହୁରୀ ବାଡ଼ିରେ ପଶି କିଛି ବିରି ଏବଂ ମୁଗ ଗଛ ବଳଦ ଖାଇଦେଇଥିଲେ । ଯାହାକୁ ନେଇ, ଚଷା ଦେହୁରୀ ଉତ୍ୟକ୍ତ ହୋଇ ଟାଙ୍ଗିଆ ପଛପଟ ବେଣ୍ଟରେ ୩ଜଣଙ୍କୁ ଆକ୍ରମଣ କରିଥିଲା । ସେମାନେ ଏହାକୁ ବିରୋଧ କରିବାରୁ, ଚଷା ଦେହୁରୀ ଘରକୁ ଯାଇ, ଧନୁ,ତୀର ଆଣି ସେଥିରେ ନୀଳ ଗିରିର ଛାତିକୁ ବିନ୍ଧି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ନୀଳ ଗିରିର ପ୍ରାଣବାୟୁ ଉଡିଯାଇଥିଲା । ଯାହାକୁ ନେଇ, ମୃତ ନୀଳ ଗିରିର ଭାଇ ରମେଶ ଗିରି ନୟାକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଜି ମାନ୍ୟବର କୋର୍ଟ, ୯ଜଣ ସାକ୍ଷୀଙ୍କର ବୟାନକୁ ଭିତ୍ତି କରି ଚଷା ଦେହୁରୀକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।