ରାମଚନ୍ଦ୍ରପୁର ଠାରେ ମାଗେ ପର୍ବ ପାଳିତ

ଆଖପାଖ ଅଞ୍ଚଳର ବହୁ ଆଦିବାସୀ ନୃତ୍ୟ ପରିବେଷଣ କରି ବାକୁ ଆସିଥିଲେ…..

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଝୁମ୍ପୁରା ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ର ପୁର ଠାରେ ମହା ଆଡ଼ମ୍ବରେ ଆଦିବାସୀ ମୁଣ୍ଡା ସମ୍ପ୍ରଦାୟ ମାନଙ୍କ ର ମାଗେ ପର୍ବ ପାଳିତ ହୋଇଛି । କେନ୍ଦୁଝର ଜିଲ୍ଲାର ବହୁ ମାନ୍ୟଗଣ୍ୟ ମୁଣ୍ଡା ସମ୍ପ୍ରଦାୟ ର ଭଦ୍ର ବ୍ୟକ୍ତି ଉପସ୍ଥିତ ରହି ଏଇ ପର୍ବକୁ ପରିଚାଳନା କରିଥିଲେ। ଅଞ୍ଚଳ ର ଆଦିବାସୀ ଅଧ୍ୟୁଷିତ ସଂଖ୍ୟା ବହୁ ପରିମାଣ ଥିବାରୁ ଦେଖିବାକୁ ଏଇ ପର୍ବ ମଜାଦାର ହୋଇ ଥିଲା ।

ଦୁଇ ଦିନ ଧରି ଆଦିବାସୀ ମହିଳା ଏବଂ ପୁରୁଷ ମାନଙ୍କ ର ବିଭିନ୍ୟ ପ୍ରକାର ଖେଳ ନାଚ କାର୍ଯ୍ୟକ୍ରମ ରଖା ଯାଇଥିଲା । ଆଖପାଖ ଅଞ୍ଚଳର ବହୁ ଆଦିବାସୀ ନୃତ୍ୟ ପରିବେଷଣ କରି ବାକୁ ଆସିଥିଲେ । ମନମୁଗ୍ଧର ନାଚ ମଧ୍ୟ ହୋଇ ଥିଲା ।ମୁଣ୍ଡା ସମ୍ପ୍ରଦାୟ ର ମାଦଳ ନଗରା ର ତାଳେ ତାଳେ ନୃତ୍ୟ ଲକଙ୍କୁ ଆକର୍ଷିତ କରି ଥିଲା । ରାତିରେ ଆଦିବାସୀ ଆଲବମ୍ କୁଇନ୍ ମାନେ ସୁଦୂର ଝାଡ଼ଖଣ୍ଡ ରାଜ୍ୟ ରୁ ଆସି ଆଦିବାସୀ ମାନଙ୍କ ମେଲୋଡୀ କାର୍ଯ୍ୟକ୍ରମ ରଖି ଥିଲେ ।

କାର୍ଯ୍ୟକ୍ରମ ରେ ଚିଫଗେଷ୍ଟ ଏସ ଡି ସି ଚେୟାରମେନ ଲକ୍ଷ୍ମୀ ନାଏକ , ସ୍ପିକର ସୁନିଲ ସମାଡ , ଡବର ମୁଣ୍ଡ,ଜୀବନ ସିଂହ କୁଦାଦା,ତରୁଣ କୁମାର କନ୍ଦ୍ୟଂ, ମାଣିକ ଡିଜି ଫିଲ୍ମ ପ୍ରଡସର ,ପୂର୍ବତନ ସରପଞ୍ଚ ଲକ୍ଷ୍ମୀପ୍ରିୟା ସୋୟେ,ସରପଞ୍ଚ ମନ୍ମୟ ବିଳାସ ତିୟୁ ,ଦର୍ଶନ ମୁଣ୍ଡା ,ଗୁରୁଚରଣ ପୂର୍ଟୀ ଓ ସେକ୍ରେଟାରୀ ଭୀମସେନ ମୁଣ୍ଡା ଉପସ୍ଥିତ ଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଉ ମାନେ ଭଲ ପ୍ରଦର୍ଶନ କଲେ ତାଙ୍କୁ ପୁରସ୍କାର ବିତରଣ କରାଗଲା ।