ଅଲ ଇଣ୍ଡିଆ ଆଦିବାସୀ କମ୍ୟୁନିଟି ତୋରଫରୁ ଆଦିବାସୀ ମହୋତ୍ସବ ପାଇଁ ସାମ୍ବାଦିକ ସମ୍ବିଳନୀ

ବଡ଼ବିଲ: ସାମ୍ବାଦିକ ସମ୍ବିଳନୀ ଆଦିବାସୀ ମହୋତ୍ସବ ନିମନ୍ତେ ।କେନ୍ଦୁଝର ଜିଲ୍ଲା ବଡ଼ବିଲ ସହର ରେ ପ୍ରଥମ ଥର ହେବାକୁ ଯାଉଛି ଅଲ ଇଣ୍ଡିଆ ଆଦିବାସୀ କମ୍ୟୁନିଟି ତୋରଫରୁ ଆଦିବାସୀ ମହୋତ୍ସବ । ଚଳିତ ଏପ୍ରିଲ ମାସ ୨୯ ଓ ୩୦ ତାରିଖ ଦୁଇ ଦିନ ବଡ଼ବିଲ ମହୋତ୍ସବ ପଡ଼ିଆରେ ୧୦ଟି ରାଜ୍ୟ ଭାଗ ନେବେ । ଏହା କେନ୍ଦୁଝର ଜିଲ୍ଲା ରେ ପ୍ରଥମ ଥର ପାଇଁ ଏକ ରାଷ୍ଟ୍ରୀୟସ୍ଥରର ମହୋତ୍ସବର ଆୟୋଜନ କରାଯାଇଛି ।

ଏହି ଆଦିବାସୀ ମହୋତ୍ସବ ରେ ଆଦିବାସୀ ମାନଙ୍କ ନିଜ ନିଜ ରାଜ୍ୟର କଳା, ସସ୍କୃତି, ଭାଷା ଏବଂ ଜୀବନସୋଇଳି ବିଷୟରେ ଜଣାଇବେ । କାର୍ଯ୍ୟକ୍ରମ ର ଉଦ୍ଘାଟନ ମହୋତ୍ସବରେ ମୁଖ୍ୟ ଅତିଥି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ଙ୍କ ସହିତ ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ଦୌତାରି ନାଏକ ଓ ଅନ୍ୟ ମାନ୍ୟଗଣ ବ୍ୟକ୍ତି ରହିବେ । ସମାପନ ଦିବସରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ବେଶେଶ୍ୱର ଟୁଡୁ ଏବଂ ଶ୍ରୀ ଜୁଏଲ ଓରାମ ରହିବେ ବୋଲି ସ୍ୱୀକୃତି ପ୍ରଦାନ କରିଛନ୍ତି ବୋଲି ଅଲ ଇଣ୍ଡିଆ ଆଦିବାସୀ କମ୍ୟୁନିଟି ସଭାପତି ଶ୍ରୀ ପୁରୁଷୋତ୍ତମ ଗାଗରାଇ ସୂଚନା ଦେଇଛନ୍ତି ।