ସଡ଼କ ସୁରକ୍ଷା ସଚେତନତା ରାଲି ଅନୁଷ୍ଠିତ

ବଡ଼ବିଲ ପୋଲିସ, ପରିବହନ ବିଭାଗ, ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀଙ୍କ….

ବଡ଼ବିଲ: ବଡ଼ବିଲ ପୋଲିସ, ପରିବହନ ବିଭାଗ, ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀଙ୍କ ମିଳିତ ଉଦ୍ୟମରେ ଅନୁଷ୍ଠିତ ହେଲା ସଡ଼କ ସୁରକ୍ଷା ସଚେତନତା ସାଇକେଲ ରାଲି ।କେନ୍ଦୁଝର ଜିଲ୍ଲାରେ ବଡ଼ବିଲ ପରିବହନ ବିଭାଗ ପକ୍ଷରୁ ସଡକ ସୁରକ୍ଷା ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀ , ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ବଡ଼ବିଲ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ଏହି ସଚେତନତା ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି ।ଏହି ସାଇକେଲ ରାଲିରେ ମୁଖ୍ୟ ଅତିଥି ବଡ଼ବିଲ ଥାନା ଅଧିକାରୀ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସ୍ୱାଇଁ,ବଡ଼ବିଲ ପରିବହନ ବିଭାଗ ଦୁର୍ଗା ପ୍ରସାଦ ରାଓ ,ପତକା ଦେଖାଇ ଶୁଭା ରମ୍ଭ କରିଥିଲେ ଏହି ସାଇକେଲ ରାଲି ରେ ଛାତ୍ର ଛାତ୍ରୀ ଓ ବୁଦ୍ଧି ଜୀବି ସାମିଲ ହୋଇଥିଲେ। ବଡ଼ବିଲ କିରିବୁରୁ ଫିଟନେଶ ପଡିଆ ରୁ ବାହାରି ବଡ଼ବିଲ ବାଟା ଛକ ପର୍ଯ୍ୟନ୍ତ ଯାଇଥିଲା । ଅନୁଷ୍ଠିତ ହୋଇଥିବା ଏହି ରାଲିରେ ସଡ଼କ ସୁରକ୍ଷାର ବିଭିନ୍ନ ଦିଗ ଓ ଟ୍ରାଫିକ ନିୟମ ବିଷୟରେ ଲୋକଙ୍କୁ ସଚେତନ କରାଯାଇଛି l
ସଡ଼କ ସୁରକ୍ଷା ସଚେତନତା ରାଲି ଅନୁଷ୍ଠିତ

ତେବେ ସ୍କୁଲ ଛୁଆମାନେ ଗାଡି ନ ଚଲାଇବା , ମଦ୍ୟପାନ କରି ଏବଂ ଦ୍ରୁତ ଗତିରେ ଗାଡି ନଚଲାଇବା, ବାଇକ ଚାଳନା ବେଳେ ହେଲମେଟ ପିନ୍ଧିବା, ଚାରି ଚକିଆ ଯାନ ଚଳାଚଳ ବେଳେ ସିଟ ବେଲ୍ଟ ବାନ୍ଧିବା ସହ ସମସ୍ତ ଟ୍ରାଫିକ ନିୟମକୁ ପାଳନ କରିବା ପାଇଁ ଲୋକଙ୍କୁ ସଚେତନ କରାଯାଇଛି lଏନେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ରାଲି ଆସନ୍ତା ୧୪ତାରିଖ ରୁ ୧୭ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତହେବ।ବଡ଼ବିଲ ଡ଼ିମ୍ପଲ ସାଣ୍ଡିଲ ରିପୋର୍ଟ।