ସ୍କୁଟି – ବାଇକ୍ ମୁହାଁମୁହି ଧକ୍କା: ଜଣେ ମୃତ

କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ..

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ହାତୀବାରୀ ଛକ ଏଚ୍ ପି ପେଟ୍ରୋଲ ପମ୍ପ ନିକଟରେ  ଏକ ସ୍କୁଟି ସହ ଏକ ବାଇକ୍ ର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଉଭୟ ସ୍କୁଟି ଓ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ବେଳେ ବାଇକ୍ ଚାଳକ ହାତୀବାରୀ ଗ୍ରାମର ଦେବାଶିଷ ନାଏକ ଓରଫ୍ ବାପି (୨୬) ଙ୍କର ଚିକିତ୍ସାଧୀନ ଅବସ୍ଥାରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି। ଏନେଇ ତୁରୁମୁଙ୍ଗା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।  ଥାନା ସଵ୍ ଇନ୍ସପେକ୍ଟର ହରିଶଙ୍କର ନାଏକ କେନ୍ଦୁଝରରେ ମୃତକର ଶବ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି।