ଆସିଲା ଶୁଭଶ୍ରୀଙ୍କ ଶବବ୍ୟବଚ୍ଛେଦ ରିପୋର୍ଟ

ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ଶବବ୍ୟବଚ୍ଛେଦ….

କେନ୍ଦୁଝର: ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ଶବବ୍ୟବଚ୍ଛେଦ ରିପୋର୍ଟ ଆସିଛି । ଶବବ୍ୟବଚ୍ଛେଦ ରିପୋର୍ଟରେ ବିଷକ୍ରିୟାରୁ ଶୁଭଶ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି । ଏନେଇ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଜବତ ହୋଇଥିବା ବିଷ ବୋତଲ ଫରେନସିକ୍‌ ଲ୍ୟାବକୁ ପଠାଯିବ ବୋଲି କୁହାଯାଇଛି ।

ସୂଚନା ଥାଉକି ଗତ ୧ ତାରିଖରେ ଯୋଡ଼ା ଅଞ୍ଚଳର ବଣେଇକଳା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ମହିଳା ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ​‌ ହୋଇଥିଲା । ଏକ ବନ୍ଦ ଘରୁ କବାଟ ଭାଙ୍ଗି ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତକ ମହିଳା ଡାକ୍ତର ବଣେଇକଳା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶୁଭଶ୍ରୀ କର ବୋଲି ଜଣାପଡ଼ିଥିଲା । ଘଟଣାରେ ଏବେ ବି ପୁଲିସର ତନାଘନା ଜାରି ରହିଛି।