ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟ୍ବେଣ୍ଟି୨୦ ମୁକାବିଲା

ଭାରତୀୟ କ୍ରିକେଟ୍ ଦଳ ପାଇଁ ଉତ୍‌ଥାନ ପତନ ଭରା…

ମୁମ୍ବଇ: ଭାରତୀୟ କ୍ରିକେଟ୍ ଦଳ ପାଇଁ ଉତ୍‌ଥାନ ପତନ ଭରା ୨୦୨୨ ବର୍ଷ ଶେଷହୋଇଛି ।  ଭାରତ ବିଶ୍ବରେ ସର୍ବାଧିକ ୪୦ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳି ୨୮ଟି ଜିତିଥିଲା । ଇଂଲଣ୍ଡ ସହ ଭାରତ ସର୍ବାଧିକ ୩୧ କ୍ରିକେଟରଙ୍କୁ ଖେଳାଇଥିଲା । ଭାରତ ୯ଟିରୁ ୮ଟି ଦ୍ବିପାକ୍ଷିକ ଶୃଙ୍ଖଳା ଜିତିଥିଲେ ହେଁ ୨ଟି ବଡ଼ ଟୁର୍ଣ୍ଣାମେଣ୍ଟ ବିଶ୍ବକପ୍‌ ଓ ଏସିଆ କପ୍‌ର ଫାଇନାଲ ଖେଳିବାରୁ ବଞ୍ଚିତ ​ହୋଇଥିଲା । ୨୦୨୩ ଦିନିକିଆ ବିଶ୍ବକପ୍‌ର ବର୍ଷ ହୋଇଥିବାରୁ ଭାରତକୁ ଆରମ୍ଭରୁ ପ୍ରସ୍ତୁତି କରିବାକୁ ପଡ଼ିବ ।

ଶ୍ରୀଲଙ୍କା ବିପକ୍ଷରେ ପ୍ରଥମେ ଟ୍ବେଣ୍ଟି୨୦ ଓ ପରେ ଦିନିକିଆ ଶୃଙ୍ଖଳା ଘରୋଇ ମାଟିରେ ଭାରତ ଖେଳିବାକୁ ଯାଉଛି । ମଙ୍ଗଳବାର ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ଟ୍ବେଣ୍ଟି୨୦ ମ୍ୟାଚ୍‌ ସହ ଭାରତ ୨୦୨୩ରେ ଅଭିଯାନ ଆରମ୍ଭ କରିବ । ଦଳର ନେତୃତ୍ବ ନେବେ ହାର୍ଦିକ ପାଣ୍ଡ୍ୟା । ୨୦୨୪ ଟ୍ବେଣ୍ଟି୨୦ ବିଶ୍ବକପ୍‌କୁ ଦୃଷ୍ଟିରେ ରଖି ହାର୍ଦିକଙ୍କୁ ପୂର୍ଣ୍ଣକାଳୀନ ଟି୨୦ ଅଧିନାୟକ କରିବାକୁ ବିସିସିଆଇ ଯୋଜନା କରିଛି । ପୁଣି କିଛି ନୂଆ ଖେଳାଳିଙ୍କୁ ସୁଯୋଗ ମିଳିଛି; ଯେଉଁମାନେ ଭବିଷ୍ୟତରେ ଟି୨୦ ଦଳରେ ରହିପାରନ୍ତି।