ସ୍କୁଟିରୁ ପଡି ବୃଦ୍ଧ ମୃତ

କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ୨୦ନମ୍ବର ଜାତୀୟରାଜପଥ ରାଙ୍କି କୋଭିଡ ହସ୍ପିଟାଲ ନିକଟରେ ସ୍କୁଟିରୁ ପଡି ଆଜି ଜଣେ ବୃଦ୍ଧ ଙ୍କର ମୃତ୍ୟୁ ଘଟିଛି।ମୃତକ ଜଣଙ୍କ ହେଲେ ଘଟଗାଁ ଥାନା ପଣ୍ତାପଡା ଥାନା ବିନିଦା ଗ୍ରାମର ସ୍ବର୍ଗତଃ ବେଣୁଧର ପାତ୍ର ଙ୍କ ପୁଅ ଜୟକୃଷ୍ଣ ପାତ୍ର(୬୫)।ପ୍ରାପ୍ତସୂଚନାଅନୁସାରେ’ଗତକାଲି ଜୟକୃଷ୍ଣ ବାଂଶପାଳ ବ୍ଲକ ତରମାକାନ୍ତ ଗ୍ରାମର ଭଉଣୀ ତିଳତ୍ତୋମା ପାତ୍ର ଙ୍କ ଘରକୁ ଯାଇଥିଲେ।ଆଜି ସକାଳେ ସେ ଘରକୁ ଫେରୁଥିବା ସମୟରେ ରାଙ୍କି କୋଭିଡ ହସ୍ପିଟାଲ ନିକଟରେ ସ୍କୁଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ଫଳରେ ଜୟକୃଷ୍ଣ ରାସ୍ତାରେ ଛିଟିକି ପଡି ଅତି ଗୁରୁତର ହୋଇଥିଲେ।

ତୁରନ୍ତ ଉପସ୍ଥିତ ଲୋକେ ଗୁରୁତର ଙ୍କୁ ୧୦୮ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଲେ ହେଁ ଜୟକୃଷ୍ଣ ଙ୍କ ମୃତ୍ୟୁ ଘଟିଛି।ଖବର ପାଇ ଟାଉନ ପୋଲିସ ଦୁର୍ଘଟଣାଗ୍ରସ୍ତ ସ୍କୁଟି ଏବଂ ମୃତ ଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲା।ଆଜି ମେଡିକାଲରେ ବ୍ୟବଛେଦ ପରେ ମୃତଦେହ ପରିବାର ହସ୍ତାନ୍ତର କରାଯାଇଛି।ଏନେଇ ଟାଉନ ଥାନାରେ (୪୮୪/୨୨)ଏକ ମାମଲା ରୁଜୁ ହୋଇଛି।