୫୦ ବର୍ଷ ପରେ ଫେରିଲା ପରମ୍ପରା

ରାଜରାଜୁଡା ନାହିଁ ସତ କିନ୍ତୁ ବଂଚିରହିଛି ପରମ୍ପରା..

କେନ୍ଦୁଝର,(ସାକ୍‌ସୀ ନ୍ୟୁଜ୍‌): ରାଜାରାଜୁଡା ନାହିଁ ସତ ହେଲେ ଆଜି ବି ବଞ୍ଚି ରହିଛି ପରମ୍ପରା। ଦୁର୍ଗାପୂଜା ରେ କେନ୍ଦୁଝର ରାଜା ଙ୍କୁ ଭେଟି ଦେଇଛନ୍ତି ପାଇକ। ଆଧୁନିକ ଯୁଗରେ ପୁରୁଣା ପ୍ରଥା ପରମ୍ପରା ସଂସ୍କୃତି ହଜିଯାଉଥିବା ବେଳେ 50 ବର୍ଷରୁ ଅଧିକ ସମୟ ପରେ ପୁଣି ଫେରିଛି ପୁରୁଣା ପରମ୍ପରା। ପାଇକ ମାନେ ପାରମ୍ପରିକ ବେଶ ଭୁଷା ରେ କେନ୍ଦୁଝର ରାଜା ଉଆସ କୁ ଆସି ଦୁର୍ଗା ପୂଜା ପାଇଁ ଅନୁମତି ମାଗିବା ସହ ପ୍ରଜାଙ୍କ ଦୁଃଖ ଶୁଣିଛନ୍ତି କେନ୍ଦୁଝର ରାଜା । ଏହା ସହ କେନ୍ଦୁଝର ସୀମାନ୍ତ ଗ୍ରାମକୁ ରାଜା ଓ ରାଣୀ ଙ୍କୁ ନିମନ୍ତ୍ରଣ ମଧ୍ୟ କରିଛନ୍ତି। ଦେଖିବା କେନ୍ଦୁଝର ରୁ ଏହି ରିପୋର୍ଟ।

କେନ୍ଦୁଝର ର ତତ୍କାଳୀନ ରାଜାମାନେ ରାଜ୍ୟର ସୁରକ୍ଷା ପାଇଁ ସୀମାନ୍ତ ଅଂଚଳରେ ପାଇକ ମାନଙ୍କୁ ନିୟୋଜିତ କରିଥିଲେ। ସେହିସମୟରେ ତେଲକୋଇ ବ୍ଲକ କରଦାଙ୍ଗୀରେ ରାଜା ଉଆସ ଥିଲା ରାଜା ମାନେ ସେହି ଉଆସ କୁ ଯାଉଥିବା ବେଳେ ସେହି ଉଆସ ରେ ରହୁଥିଲେ ।ରାଜା ସେଠାରେ ରହିବା ସମୟରେ ପ୍ରଜା ଙ୍କ ଦୁଃଖ ବୁଝୁଥିଲେ । ତେଲକୋଇ ର ଚାରିଗୋଡ କୁହାଯାଉଥିବା ବିଞ୍ଜବାହାଳ, ଓରିଆ, ନୂଆଗଡ, ଓ କରଦାଙ୍ଗୀ ର ପ୍ରଜାମାନେ ରାଜା ଙ୍କୁ ଭେଟି ସମସ୍ୟା ଜଣାଉଥିଲେ ।

ସେହିପରି କେନ୍ଦୁଝର ଜିଲ୍ଲାର ତେଲକୋଇ ଅଂଚଳ ର ସୀମାନ୍ତ ଗ୍ରାମ କରଦାଙ୍ଗି ଗ୍ରାମ ର ପାଇକ ମାନେ ନିଜର ର ପାରମ୍ପରିକ ବେଶ ଭୁଷା ରେ ଦୁର୍ଗା ପୂଜା ପାଇଁ ଅନୁମତି ମାଗିବାକୁ ପହଞ୍ଚିଥିଲେ କେନ୍ଦୁଝର ରାଜା ଉଆସରେ । କିମ୍ବଦନ୍ତୀ ଅନୁସାରେ କେନ୍ଦୁଝର ସୀମାନ୍ତ ଥିବା ପାଲହାଡ଼ା ର ରାଜା ଙ୍କୁ ଯୁଦ୍ଧରେ ପରାସ୍ତ କରିଥିବା ଖଡ୍ଗ କୁ ଦୁର୍ଗା ପୂଜା ରେ ଗ୍ରାମ ରେ ପୂଜା ଅର୍ଚ୍ଚନା କରିଥାନ୍ତି ପାଇକ ମାନେ।

ତେବେ ଦୁର୍ଗରେପୂଜା ଥିବାରୁ ଏହି ଖଡ୍ଗ ପୂଜା ପାଇଁ ଅନୁମତି ମାଗିବାକୁ ଆସିଥିଲେ ସୀମାନ୍ତ ଅଂଚଳ ର ପାଇକ। ରାଜା ଉଆସରେପହଁଚି ରାଜା ଙ୍କୁ ଭେଟିବା ସହ ପ୍ରଜାଙ୍କ ଦୁଃଖ ଶୁଣିଛନ୍ତି କେନ୍ଦୁଝର ର ରାଜା ଧନର୍ଜୟ ନାରାୟଣ ଭଞ୍ଜଦେବ। ଆଉ ରାଜା ଙ୍କୁ ପାଇ ପ୍ରଜା ମଧ୍ୟ ବେଶ ଖୁସି ଅନୁଭବ କରିଛନ୍ତି।

ରାଜ ନଅର ରେ ପାଇକ ମାନେ ପହଁଚିବା ପରେ ରାଜା ପାଇକ ମାନଙ୍କୁ ପୂଜା ଅର୍ଚ୍ଚନା କରିଥିଲେ। ପରେ ରାଜା ଙ୍କୁ ପ୍ରଜାମାନେ ନିଜର ର ଦୁଃଖ ବଖାଣ ଥିଲେ। ପୂର୍ବରୁ ଥିବା ଅସ୍ତ୍ରଶସ୍ତ୍ର ନଷ୍ଟ ହେବାକୁ ବସିଥିବା ବେଳେ କିଛି ଅସ୍ତ୍ରଶସ୍ତ୍ର ରାଜା ଙ୍କୁ ଭେଟି ଦେଇଥିଲେ । ପରେ ରାଜା ଙ୍କ ଅନୁମତି ମାଗି ପାଇକ ମାନେ ନିଜର ରଣକୌଶଳ ପ୍ରଦର୍ଶନ କରିଥିଲେ। ପରେ ରାଜା ଓ ରାଣୀ ଙ୍କୁ ନିଜ ଗ୍ରାମ କୁ ନିମନ୍ତ୍ରଣ କରିଥିଲେ। ଆଉ ରାଜା ଗ୍ରାମ କୁ ପରିଦର୍ଶନ ଯିବାକୁ ଅନୁମତି ମିଳିବା ପରେ ପ୍ରଜା ଙ୍କ ମଧ୍ୟ ରେ ବେଶ ଖୁସି ର ଲହରୀ ଖେଳି ଯାଇଥିଲା।

ଏଫ ଭି ଓ ଆଧୁନିକତାର ଛପରେ ଦିନକୁ ଦିନ ଲୋକେ ନିଜର ପରମ୍ପରାକୁ ଭୁଲି ଯାଉଥିବା ବେଳେ ପୁଣି ଯୁବ ପିଢ଼ି ନିଜର ର ପରମ୍ପରା କୁ ବଜାଇବାକୁ ଅଂଟାଭିଡିଛନ୍ତି ଯାହାକୁ ସମସ୍ତେ ସ୍ୱାଗତ କରିଛନ୍ତି।