ଲଗାଣ ବର୍ଷା କାନ୍ଥ ଭଷୁଡି ସ୍ତ୍ରୀ ମୃତ୍ୟୁ ସ୍ୱାମୀ ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସବୁଠୁ ରାଜସ୍ୱ ଦେଉଥିବା ବିକଳ ଚିତ୍ର ଦେଖିବାକୁ ମିଳିଛି ବାସ୍ତବରେ ପ୍ରଧାନମନ୍ତ୍ରୀ ଯୋଜନା ପକ୍କା ଘର ବା ବିଜୁ ପକ୍କା ଘର ରୁ ବାଦ ପଢିଥିବା କେନ୍ଦୁଝର ସଦର ବ୍ଲକ ମହାଦେଇଯୋଡ଼ା ପଞ୍ଚାୟତ ଟିକରପଡ଼ାରେ ଘଟିଛି ଏକ ଦୁଃଖଦ ଘଟଣା । ଲଗାଣ ବର୍ଷା କାନ୍ଥ ଭଷୁଡି ପଡ଼ିଛି । ଫଳରେ ସ୍ତ୍ରୀ ର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇଛି ।

ଖବର ଅନୁଯାୟୀ, ଟିକରପଡ଼ା ଗାଁର କୁହ୍ମୁଚରଣ ବେହେରା ଓ ତାଙ୍କ ପତ୍ନୀ ଦୂତିକା ବେହେରା ଶୁକ୍ରବାର ଖାଇ ସାରି ଶୋଇବାକୁ ଯାଇଥିଲେ । ହେଲେ ଭୋର ସମୟରେ ସ୍ୱାମୀ-ସ୍ତ୍ରୀ ଶୋଇଥିବା ବେଳେ ହଠାତ୍‌ ଘରର କାନ୍ଥ ଭୁଷୁଡିପଡିଥିଲା । ଯାହାଫଳରେ କାନ୍ଥ ପଡି ସ୍ତ୍ରୀ ଦୂତିକାଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ କୁହ୍ମୁଚରଣ ଗୁରୁତର ହୋଇଛନ୍ଚି । ତୁରନ୍ତ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଗତ କିଛି ଧରି ଲଗାଣ ବର୍ଷା ଲାଗି କାନ୍ଥ ପଡିଥିବା ସୂଚନା ରହିଛି ।ବଡ଼ବିଲ ରୁ ସୀତାରାମ ଦୀକ୍ଷିତ ରିପୋର୍ଟ।