ଖଣି ଅଞ୍ଚଳ ବଲାଣି ରେ ବିଶ୍ବ ଆଦିବାସୀ ଦିବସ ପାଳିତ

ଏଥିସହ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ପରିଚିତ….

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଖଣି ଅଞ୍ଚଳ ବଲାଣି ରେ ଭାରତୀୟ ମୁଣ୍ଡା ସମାଜ ପକ୍ଷରୁ ବିଶ୍ବ ଆଦିବାସୀ ଦିବସ ପାଳନ କରାଯାଇଛି। ଏହି ଦିବସ କାର୍ଯ୍ୟକ୍ରମ ରେ ବଲାଣି ଲୌହ ଖଣି ସେଲ୍ ବସ୍ ଷ୍ଟାଣ୍ଡ ସମ୍ମୁଖରେ ରେ ଥିବା ଭଗବାନ ବିର୍ସା ମୁଣ୍ଡା ପ୍ରତିମୂର୍ତ୍ତିରେ ନିତି ନିୟମ ଅନୁଯାୟୀ ପୂଜା ଅର୍ଚ୍ଚନା କରିବା ସହ ମାଲ୍ଯାର୍ପଣ କରିଥିଲା। ତେବେ ଏହି ଦିବସ ୧୯୯୪ ମସିହା ଠାରୁ ଅଗଷ୍ଟ ୯ ତାରିଖକୁ ବିଶ୍ବ ଆଦିବାସୀ ଦିବସ ରୂପେ ପାଳନ କରାଯାଇଆସୁଅଛି।ତେବେ ଏହି ଦିବସ ପାଳନ ମୂଳ ଲକ୍ଷ୍ୟ ହେଉଛି ବିଶ୍ବରେ ମାନବ ସଭ୍ଯତାର ଆଦି ପ୍ରବର୍ତ୍ତକ ଆଦିବାସୀ ସମାଜକୁ ସ୍ୱ୍ଯକୃତି ପ୍ରଦାନ କରିବା। ଏଥିସହ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ପରିଚିତ, ଭାଷା , ସାସ୍କୃତି, ଧର୍ମ ଆଦିକୁ ସୁରକ୍ଷା ପ୍ରଦାନ କରିବା ସହ ପ୍ରାକୃତିକ ସମ୍ପଦ ଉପରେ ରହି ଆସୁଥିବା ଆଦିବାସୀର ପାରମ୍ପାରିକ ଅଧିକାର ତଥା ପରିବେଶ ସୁରକ୍ଷାରେ ଅବଦାନକୁ ମାନ୍ୟତା ପ୍ରଦାନ କରିବା ବୋଲି ଭାରତୀୟ ମୁଣ୍ଡା ସମାଜର ସଭାପତି ପ୍ରଦୀପ ସାଣ୍ଡିଲ ମତ ପ୍ରକାଶ କରିଥିଲେ। ଏହି ବିଶ୍ବ ଆଦିବାସୀ ଦିବସ କାର୍ଯ୍ୟକ୍ରମ ରେ ଶତାଧିକ ଆଦିବାସୀ ମହିଳା ପୁରୁଷ ଯୋଗ ଦେଇଥିଲେ।