ଭଡାଘରୁ ମିଳିଲା ମହିଳାଙ୍କ ମୃତଦେହ

ଭୁବନେଶ୍ୱର: ରାଜଧାନୀରେ ବଢିବାରେ ଲାଗିଛି ଆତ୍ମହତ୍ୟା । ଏହି ପରିପ୍ରେକ୍ଷୀରେ ପୁଣିଜମେ ମହିଳା ଆତ୍ମହତ୍ୟା କରିଛନ୍ତି । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଘଟିଛି ଏହି ଘଟଣା । ମୃତ ମହିଳା ହେଉଛନ୍ତି ପ୍ରିୟଙ୍କା ରାୟ ସାମନ୍ତ । ଚନ୍ଦ୍ରଶେଖରପୁର ଅଞ୍ଚଳରେ ଭଡ଼ାରେ ରହୁଥିଲେ ।

ସୂଚନା ଥାଉକି ୮ ବର୍ଷ ତଳେ ଖୋର୍ଦ୍ଧାର ରତୀକ ଦାଶ୍‌ଙ୍କୁ ବିବାହ ହିବାହ କରିଥିଲେ ପ୍ରିୟଙ୍କା । ପ୍ରିୟଙ୍କାଙ୍କ ଘର ଢେଙ୍କାନାଳରେ । ତାଙ୍କର ସ୍ୱାମୀ ଓ ଦୁଇ ଛୁଆ ଅଛନ୍ତି । ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।