ରାଜ୍ୟରେ ୨୭ରୁ ପୁଣି ଆରମ୍ଭ ହେବ ବର୍ଷା

ସମୁଦ୍ର ପତ୍ତନଠାରୁ ୧.୫ରୁ ୪.୫ କିମି ଉଚ୍ଚତା ମଧ୍ୟରେ ବାୟୁମଣ୍ଡଳରେ ଏକ ନିମ୍ନଚାପ….

ଭୁବନେଶ୍ୱର : ସମୁଦ୍ର ପତ୍ତନଠାରୁ ୧.୫ରୁ ୪.୫ କିମି ଉଚ୍ଚତା ମଧ୍ୟରେ ବାୟୁମଣ୍ଡଳରେ ଏକ ନିମ୍ନଚାପ ରେଖା ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରୁ ବାହାରି ଉତ୍ତର ଓଡ଼ିଶା, ଉତ୍ତର-ଛତିଶଗଡ଼ ଓ ପୂର୍ବ ମଧ୍ୟପ୍ରଦେଶ ଦେଇ ଉତ୍ତରପଶ୍ଚିମ ମଧ୍ୟପ୍ରଦେଶ ଯାଏ ଲମ୍ବିଛି। ଏହା ପ୍ରଭାବରେ ଉପକୂଳ ଓଡ଼ିଶା ସମେତ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ଶୁକ୍ରବାର ଦିନ ମେଘୁଆ ପାଗ ଲାଗି ରହିଥିଲା। ଆଜିଠାରୁ ରାଜ୍ୟରେ ପାଗ ଶୁଖିଲା ରହିବ। ୨୭ ସେପ୍ଟେମ୍ବରରୁ ରାଜ୍ୟରେ ପୁଣିଥରେ ବର୍ଷା ଆରମ୍ଭ ହୋଇଯିବ। ଗଞ୍ଜାମ, ଗଜପତି, ପୁରୀ ଓ କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।