ଇନ୍ଦିରା ଆବାସ ଯୋଜନାରେ ଘର ପାଇଥିବା ହିତାଧିକାରୀଙ୍କ ଠାରୁ ଟଙ୍କା ଧରି ଠିକାଦାର ଛୁ

କେନ୍ଦୁଝର: ଇନ୍ଦିରା ଆବାସ ଯୋଜନାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ ଖର୍ଚ୍ଚ କରୁଥିବା ବେଳେ ପ୍ରକୃତ ହିତାଧିକାରୀ ଠିକ ଭାବରେ ଏହାର ଲାଭ ଉଠାଇ ପାରୁ ନାହାଁନ୍ତି କିମ୍ବା ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଂଶପାଳ ବ୍ଲକ ସିଂପୁର ପଂଚାୟତ କୁଶକଳା ଗ୍ରାମରେ। ଗତ ଆର୍ଥିକବର୍ଷ 2018-19 ରେ କୁଶକଳା ଗ୍ରାମର ଭାସ୍କର ପ୍ରଧାନ, ପୂର୍ଣ ଠାକୁର, ଟିକିଲି ଠାକୁର,ମଲ୍ଲି ଗିରି,ପବିତ୍ର କିଷାନ, ଚତୁର୍ଭୁଜ ପ୍ରଧାନ, ସିତନ୍ଦ୍ର ମୁଣ୍ଡା ଘର କରିବା ପାଇଁ କାର୍ଯ୍ୟାଦେଶ ପାଇଥିଲେ।

ଘର ତିଆରି ପାଇଁ କୋୖଣସି ସାଧନ ନପାଇ ବାଧ୍ୟ ହୋଇ ଗ୍ରାମର ଜଣେ ଠିକାଦାରକୁ ଘର କରିବାକୁ ଦେଇଥିଲେ।କିଛିଦିନ ଠିକଥାକ ଚାଲିଥିବା ବେଳେ ଠିକାଦାର ସମସ୍ତଙ୍କ ଠାରୁ ସମସ୍ତ ଟଙ୍କାଧରି ଛୁ ମାରିଥିଲା। କାହାର ପ୍ଲିଞ୍ଚ ହେଇଛି ତ କାହାର କାନ୍ଥ କେତେ ଫୁଟ ଉଠିଛି।ଠିକାଦାରଙ୍କୁ ଫୋନ କଲେ ଫୋନ ଉଠାଉ ନାହାନ୍ତି ବୋଲି କହୁଛନ୍ତି ହିତାଧିକାରୀ।

ବର୍ତ୍ତମାନ ପରିସ୍ଥିତିରେ ଘରକୁ ଅପେକ୍ଷା କରି କରି ଚତୁର୍ଭୁଜ ପ୍ରଧାନ ଆର ପାରିରେ, ମଲ୍ଲି ଗିରି ବିଛଣାରେ, ଭାସ୍କର ପ୍ରଧାନ ଅନ୍ୟ ବାରଣ୍ଡାରେ।ଆଉ କାହାର ଚାଉଳ ମଧ୍ୟ ବନ୍ଦ ହୋଇ ଯାଇଥିଲା ବୋଲି କ୍ଷଭ ସହ କହନ୍ତି ନିରୀହ ଆଦିବାସୀ। ଘରର ଛାତ ମଧ୍ୟ ପଡି ନଥିବାବେଳେ କେମିତି ଏତେ ଗୁଡିଏ ହିତାଧିକାରୀଙ୍କ ଟଙ୍କା ଉଠାନ ହେଲା ତାହା ତଦନ୍ତ ସାପେକ୍ଷ।