ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଉ ୪,୯୧୨ କରୋନା ସଂକ୍ରମିତ ଚିହ୍ନଟ

ଗତ କିଛିଦିନ ହେବ ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ଦେଖିବାକୁ ମିଳୁଛି…..

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ । ଆଜି ବି ଦେଶରେ ୫ ହଜାର ତଳେ ଦୈନିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରୁ ଆଉ ୪ହଜାର ୯୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଗତ କିଛିଦିନ ହେବ ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ଦେଖିବାକୁ ମିଳୁଛି ।

ସେହିପରି ଗୋଟିଏ ଦିନରେ ଆଉ ୫,୭୧୯ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଥିବା ସୂଚନା ଦିଆଯାଇଛି । ଦେଶରେ ଲଗାତର କରୋନା ସଂକ୍ରମଣ ତୁଳନାରେ ସୁସ୍ଥତା ସଂଖ୍ୟା ବଢ଼ୁଥିବାରୁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ବର୍ତ୍ତମାନ ଦେଶରେ ମୋଟ୍‌ କରୋନା ସକ୍ରିୟ ମାମଲା ୪୪,୪୩୬ ରହିଛି ।