ରାସନକାର୍ଡ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ଯୋଗାଇବା କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର: ରାସନକାର୍ଡ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ଯୋଗାଇବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ସମସ୍ତ ରାସନ କାର୍ଡଧାରୀ ଓ ବିଜୁ ସ୍ୱାସ୍ଥ୍ୟ କାର୍ଡଧାରୀଙ୍କୁ ସହାୟତା ମିଳିବ । ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବ୍ୟାଙ୍କ ଆକାଉଣ୍ଟକୁ ଯିବ ହଜାରେ ଟଙ୍କାର କୋଭିଡ ସହାୟତା ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘କୋଭିଡ ଆମ ଆର୍ଥିକ ଓ ସାମାଜିକ ଜୀବନ ଉପରେ ପ୍ରଭାବ ପକାଇଛି । ଗରିବ ଲୋକମାନେ ଏଥିରେ ବହୁତ କ୍ଷତି ସହିଛନ୍ତି । ଗରିବ ଲୋକଙ୍କ କଲ୍ୟାଣ ମୋ ସରକାରର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । କୋଭିଡ ସହାୟତା ପାଇଁ ରାଜ୍ୟ ସରକାର ୯୬୦ କୋଟି ଟଙ୍କା ବ୍ୟୟ କରିବେ । ଏଥିରେ ରାଜ୍ୟର ୯୬ ଲକ୍ଷ ପରିବାର ଉପକୃତ ହେବେ । ଏବେ ସାରା ବିଶ୍ୱରେ ଓମିକ୍ରନର ସଂକ୍ରମଣ ବଢ଼ୁଛି । ସେଥିପାଇଁ ଆମକୁ ସତର୍କ ରହିବାକୁ ପଡିବ । ସମସ୍ତେ କୋଭିଡ ନିୟମ ପାଳନ କରନ୍ତୁ । ଆପଣମାନଙ୍କ ସହଯୋଗରେ ଆମେ ସବୁ ପରିସ୍ଥିତିର ମୁକାବିଲା କରିପାରିବା ।’