ଅଙ୍ଗନୱାଡ଼ି କେନ୍ଦ୍ରର ବିକାଶ ପାଇଁ ବିଧାୟକଙ୍କୁ ଚିଠି

ରାଜ୍ୟରେ ମହିଳା ଓ ଶିଶୁ ବିକାଶଧାରାକୁ ଅଧିକ ….

ଭୁବନେଶ୍ୱର: ରାଜ୍ୟରେ ମହିଳା ଓ ଶିଶୁ ବିକାଶଧାରାକୁ ଅଧିକ ବ୍ୟାପକ କରିବା ପାଇଁ ଏକ ବଡ଼ ପଦକ୍ଷେପ ସ୍ୱରୂପ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ରାଜ୍ୟର ସବୁ ବିଧାୟକଙ୍କ ନିକଟକୁ ପତ୍ର ଲେଖିଛନ୍ତି। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଭାବରେ ସେ ନିର୍ବାଚନମଣ୍ଡଳୀଗୁଡ଼ିକରେ ଅଙ୍ଗନୱାଡ଼ି କେନ୍ଦ୍ରର ଗୃହ ନିର୍ମାଣ ଓ ବିକାଶ ପ୍ରକ୍ରିୟାରେ ସକ୍ରିୟ ସହଯୋଗ କରିବାକୁ ଜନପ୍ରତିନିଧିଙ୍କୁ ଆହ୍ୱାନ କରିଛନ୍ତି। ବିଶେଷ କରି ନିଜ ନିଜର ନିର୍ବାଚନମଣ୍ଡଳୀରେ ଚାଲୁଥିବା କାର୍ଯ୍ୟରେ ମହିଳାଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ପ୍ରତି ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀମତୀ ପରିଡ଼ା ପତ୍ରରେ ଉଲ୍ଲେଖ କରିଛନ୍ତି, ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର ବିକାଶ ଓ ନିର୍ମାଣ କାର୍ଯ୍ୟ ଯେପରି ସମୟାନୁବର୍ତୀ ଏବଂ ଗୁଣାତ୍ମକ ଭାବେ ସମାପ୍ତ ହୁଏ, ସେଥିପାଇଁ ବିଧାୟକମାନେ ବ୍ୟକ୍ତିଗତ ସ୍ତରରେ ତଦାରଖ କରିବା ଆବଶ୍ୟକ। ସୂଚନାଯୋଗ୍ୟ, ଆର୍ଥିକ ବର୍ଷ ୨୦୨୪-୨୫ ଏବଂ ୨୦୨୫-୨୬ ମଧ୍ୟରେ ଅଙ୍ଗନବାଡି କେନ୍ଦ୍ର (ଇଡଉ) ଭିତିଭୂମି ସୁଦୃଢ଼ୀକରଣ ପଦକ୍ଷେପ ସ୍ୱରୂପ ୩,୨୯୩ଟି ନୂତନ ଅଙ୍ଗନବାଡି ଗୃହ ହସ୍ତାନ୍ତର କରାଯାଇଛି। ଓଉଊଝ ଯୋଜନା ଅଧୀନରେ ୧୨,୧୪୦ଟି ଅଙ୍ଗନବାଡି କେନ୍ଦ୍ରକୁ ସକ୍ଷମ ଅଙ୍ଗନବାଡିରେ ରୂପାନ୍ତରିତ କରାଯାଇଛି।