ଆଜି ମୁଣ୍ଡଳୀ ବୁଲିବେ ମହାନଦୀ ଟ୍ରିବ୍ୟୁନାଲ୍ ଟିମ୍

ଭୁବନେଶ୍ୱର: ମହାନଦୀ ଜଳ ବିବାଦର ସମାଧାନ ପାଇଁ ଓଡ଼ିଶା ଗସ୍ତରେ ଅଛନ୍ତି ଟ୍ରିବ୍ୟୁନାଲ ଟିମ୍ । ଏହାରି ଭିତରେ ମହାନଦୀ ଜଳପ୍ରବାହର ସ୍ଥିତି ଅନୁଧ୍ୟାନ ପାଇଁ ଆଜି କଟକ ଗସ୍ତରେ ଯିବେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ଟ୍ରିବ୍ୟୁନାଲ ଟିମ୍ ମୁଣ୍ଡଳୀ ଠାରୁ ଗସ୍ତ ଆରମ୍ଭ କରିବେ ବୋଲି ଜଣାପଡ଼ିଛି । ପରେ ନରାଜ, ଜୋବ୍ରା ବ୍ୟାରେଜ ଦେଇ ବିରୁପା ବ୍ୟାରେଜ ପଯ୍ୟନ୍ତ ଯିବାର କାର୍ୟ୍ୟକ୍ରମ ରହିଛି । ବିଭିନ୍ନ ସ୍ଥାନରେ ମହାନଦୀର ଜଳସ୍ଥିତି ଯାଞ୍ଚକରିବାର କାର୍ୟ୍ୟକ୍ରମ ରହିଛି । 

ଯାଞ୍ଚ ଅନୁସାରେ ଟ୍ରିବ୍ୟୁନାଲ ଏହି ଟିମ୍ ଯେଉଁ ରିପୋର୍ଟ ଦେବେ ତା ଉପରେ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ଆବଂଟନର ଭାଗ୍ୟ ନିର୍ଭର କରୁଛି । ଟ୍ରିବ୍ୟୁନାଲ ବୈଷୟିକ ଟିମ୍ ସଦସ୍ୟଙ୍କ ଏହି ଗସ୍ତକୁ ସଂପୂର୍ଣ୍ଣ କଟକଣା ଭିତରେ ରଖାଯାଇଛି । ଜିଲ୍ଲାପାଳ ଏବଂ ଡିସିପିଙ୍କୁ ବାଦଦେଲେ ରାଜ୍ୟର ଅନ୍ୟ କୌଣସି ଅଧିକାରୀ ଏହି ଗସ୍ତରେ ସାମିଲ ହେବେ ନାହିଁ ।