ଭକ୍ତବିନା ଷଷ୍ଠୀରେ ପୂଜା ପାଉଛନ୍ତି ମା’ ଦୁର୍ଗା


ଭୁୁବନେଶ୍ବର(ଏସ୍ ନ୍ଯୁଜ): ଆଜି ଜଗତ ଜନନୀ ମା’ ଦୁର୍ଗାଙ୍କ ମହାଷଷ୍ଠୀ ପୂଜା । କୋଭିଡ କଟକଣା ଭିତରେ ରାଜ୍ୟର ବିଭିନ୍ନ ମଣ୍ଡପରେ ପୂଜା ପାଇବେ ଦୁର୍ଗତିନାଶିନୀ ।

ତେବେ ବିଧି ଅନୁଯାୟୀ ଷଷ୍ଠୀ ପୂଜା ପରେ ଆଜି ବେଲ ବରଣୀ ଏବଂ ପରେ ଚକ୍ଷୁଦାନ ଆଦି ନୀତିକାନ୍ତି ରହିଛି । ବିଧି ରକ୍ଷା ପାଇଁ ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ହୋଇଛି।

ହେଲେ କୋଭିଡ କଟକଣା ପାଇଁ ଭକ୍ତ ଏଥର ମା’ଙ୍କୁ ସିଧାସଳଖ ଦର୍ଶନ କରିପାରିବେ ନାହିଁ। ଅଧିକାଂଶ ମଣ୍ଡପର କର୍ମକର୍ତ୍ତା ସ୍ୱର୍ଣ୍ଣ-ଚାନ୍ଦି ଅଳଙ୍କାରରେ ଆଭୂଷଣ ନକରି ନକଲି ଅଳଙ୍କାର ଓ ରଂଗୀନ ଜରି ମେଢରେ ମାଙ୍କୁ ସଜେଇ ବିଧିମୁତାବକ ପୂଜା କରିଛନ୍ତି ।