ଭୋଟ ବର୍ଜନ ପାଇଁ ଗାଁ ମୁଣ୍ଡରେ ମାଓ ବ୍ୟାନର

ବରଗଡ଼ : ବରଗଡ଼ ଜିଲ୍ଲା ପଦ୍ମପୁରରୁ ପାଇକମାଲ ରାସ୍ତା ମାଝିପାଲ ଛକରେ ଲାଗିଛି ଏହି ମାଓ ବ୍ୟାନର । ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ ପାଇଁ ଆହ୍ୱାନ କରିଛନ୍ତି ମାଓବାଦୀ ।

ବିବିଏମ୍‌ ମାଓବାଦୀ ଡିଭିଜନ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି । ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ କୁହାଯାଇଛି । ବ୍ୟାନର ଲାଗିବା ପରେ ପୁରା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟ ହୋଇଛି । ଏବେ ଯାଏଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିନଥିବା ସୂଚନା ମିଳିଛି ।