୨୩ ତାରିଖରୁ ମାଟ୍ରିକ୍‌ ସମ୍ମେଟିଭ ପରୀକ୍ଷା

୩୧୬ଟି ନୋଡାଲ ସେଂଟରରେ ପ୍ରଶ୍ନପତ୍ର ସୁରକ୍ଷିତ ରହିବ….

କଟକ: ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସବୁ ନୋଡାଲ ସେଂଟରକୁ ପ୍ରଶ୍ନପତ୍ର ପଠାସରିଛି । ପରୀକ୍ଷାର ୧୫ ମିନିଟ୍‌ ପୂର୍ବରୁ ପ୍ରଶ୍ନପତ୍ର ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କପି ରୋକିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାଡ୍‌ ଗଠନ କରାଯାଇଛି । ଚଳିତ ବର୍ଷ ୩୦୨୯ ସେଂଟରରେ ୫ ଲକ୍ଷ ୪୦ ହଜାର ୭୧୨ ଜଣ ପିଲା ମାଟ୍ରିକ୍‌ ପରୀକ୍ଷା ଦେଉଛନ୍ତି । ୧୦୮ଟି କେନ୍ଦ୍ରରେ ୨୯୧୪ ଜଣ ପିଲା ମଧ୍ୟମା ପରୀକ୍ଷା ଦେବାର ଅଛି ।

ଓପନ୍‌ ସ୍କୁଲ ସାର୍ଟିଫିକେଟ୍‌ ପାଇଁ ୧୪୭ ସେଂଟରରେ ୭୧୮୧ ଜଣ ପିଲା ପରୀକ୍ଷା ଦେବେ । ୩୧୬ଟି ନୋଡାଲ ସେଂଟରରେ ପ୍ରଶ୍ନପତ୍ର ସୁରକ୍ଷିତ ରହିବ । ମାଓ ପ୍ରଭାବିତ ଇଲାକାରେ ୨୨ଟି ନୋଡାଲ ସେଂଟର କରାଯାଇଛି ।ଛାତ୍ରଛାତ୍ରୀମାନେ ପଢ଼ୁଥିବା ସ୍କୁଲଠାରୁ ୧୦ କିମି ଭିତରେ ସବୁ ସେଂଟରଗୁଡ଼ିକ ରହିଛି ।

ପରୀକ୍ଷାର ପ୍ରଥମ ଦିନ ପିଲାମାନେ ସକାଳ ୯ଟାରେ ସେଂଟର ଭିତରକୁ ପ୍ରବେଶ କରିବେ । ଅନ୍ୟ ଦିନଗୁଡ଼ିକରେ ୯ଟା ୧୫ ମିନିଟରେ ସେଂଟର ଭିତରକୁ ପ୍ରବେଶ କରିବେ । ଦିନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୨ଟାରେ ସରିବ । ପରୀକ୍ଷା ହଲ ଭିତରକୁ ଛାତ୍ରଛାତ୍ରୀମାନେ କେବଳ ପେନ୍‌ ଓ ଆଡ୍‌ ମିଟ୍‌ କାର୍ଡ ଧରି ପ୍ରବେଶ କରିପାରିବେ ।