ସିଟିଜେନ୍ସ ହ୍ୟୁମାନ ରାଇଟ୍ସ କ୍ଲିନିକ, ବାରିପଦା ଶାଖାର ପ୍ରତିଷ୍ଠା ଦିବସ
ସ୍ଥାନୀୟ ରୋଟାରୀ କ୍ଲବ, ବାରିପଦା ପରିସରରେ ….
ବାରିପଦା: ସ୍ଥାନୀୟ ରୋଟାରୀ କ୍ଲବ, ବାରିପଦା ପରିସରରେ ସିଟିଜେନ୍ସ ହ୍ୟୁମାନ ରାଇଟ୍ସ କ୍ଲିନିକ, ବାରିପଦା ଶାଖାର ପ୍ରତିଷ୍ଠା ଦିବସ ଓ ୧୭ ତମ ରାଷ୍ଟ୍ରୀୟ ମାନବାଧିକାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି I ଏହି ସମ୍ମିଳନୀରେ ” ମାନବିକ ଅଧିକାର ଓ ତାର ସୁରକ୍ଷା, ପ୍ରାଣୀ ଅଧିକାର ଓ ତାର ସୁରକ୍ଷା ଏବଂ ପରିବେଶ ଓ ତାର ସୁରକ୍ଷା ” ଉପରେ ଗୁରୁତ୍ୱାରୋପ କରାଯାଇଥିଲା I ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ମାନବ ଅଧିକାରର ସୁରକ୍ଷା ଓ ସାଧାରଣ ଜନତାଙ୍କ ସାମ୍ବିଧାନିକ ଅଧିକାର ବିଷୟରେ ଆଲୋକପାତ କରିବା ସହ ଏକ ସୁସ୍ଥ ସମାଜ ଗଠନ ପାଇଁ ପ୍ରତ୍ୟେକ ନାଗରିକ ନିଜ ଅଧିକାର ଓ କର୍ତ୍ତବ୍ୟ ଉପରେ ସଚେତନ ହେବା ଜରୁରୀ ବୋଲି ପ୍ରକାଶ କରିଥିଲେ I ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୀପକ ଗୋଛାୟତ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରୋ. ମହେନ୍ଦ୍ର କୁମାର ମହାନ୍ତି, ବାରିପଦା ପୌରପରିଷଦର ଉପାଧ୍ୟକ୍ଷା ସୀମା ଦାସ ପ୍ରମୁଖ ଯୋଗଦେଇ ମାନବାଧିକାର କ୍ଲିନିକର ଏହି ପ୍ରାୟସକୁ ପ୍ରଶଂସା କରିବା ସହ ସାଧାରଣ ଲୋକଙ୍କୁ ଆଇନଗତ ସହାୟତା ଯୋଗାଇ ଦେବାରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବବୋଲି ମତ ଦେଇଥିଲେ I ଅନ୍ୟମାନଙ୍କ ମଧ୍ୟରେ ସିଏଚଆରସି ଅଧ୍ୟକ୍ଷ ଡଃ ଗୋପବନ୍ଧୁ ମଲ୍ଲିକ ଓ ଉପଦେଷ୍ଟା ନିରଞ୍ଜନ ବାରିକ, ଡଃ ବଂଶୀଧର ମଲ୍ଲିକ,ଏଆଇଏଫଏଫଟିସି, ପାଟନା ଏବଂ ରଶ୍ମି ରାଉଳ ପ୍ରମୁଖ ଉପସ୍ଥିତ ରହି ନିଜନିଜର ବକ୍ତବ୍ୟ ରଖିଥିଲେ I ସିଏଚଆରସି
ର କାର୍ଯ୍ୟକାରୀ ସଚିବ ତଥା ବାରିପଦା ଶାଖାର ମୁଖ୍ୟ ସ୍ୱରୂପ କୁମାର ବସାଙ୍କ ଅଧ୍ୟକ୍ଷତାରେ ଏହି ସଭା ପରିଚାଳିତ ହୋଇଥିଲା I ବାରିପଦା ଶାଖା ପାଇଁ ଡଃ ବିଜୟ କୁମାର ଅଗ୍ରୱାଲ, ଡଃ ଦେବବ୍ରତ ସ୍ୱାଇଁ, ଡଃ ଶ୍ୟାମସୁନ୍ଦର ଦାସ ଓ ସଞ୍ଜୟ ଚୌଧୁରୀଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଥିଲା I ଆଶିଷ ବସା, ସୋମନାଥ ସିଂହ, ସାଇ ପ୍ରକାଶ ମହାନ୍ତି, ଅନିଲ ବେହେରା, ଗୋକୁଳ ଚନ୍ଦ୍ର ଦାସ, ବିବେକାନନ୍ଦ ପାତ୍ର, ଅଶ୍ୱନୀ ଦାସ, ମୂର୍ଚ୍ଛନା ପଟ୍ଟନାୟକ, କନିକା ବୋଷ, ସୁଧାମୟୀ ଦାସ, ଦିଲ୍ଲୀପ ଦାସବର୍ମା, ବାପି ମିଶ୍ର, ଦେବାଶିଷ ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ଏହି ଅବସରରେ କୃତୀ ଛାତ୍ରଛାତ୍ରୀ ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା