ବାରିପଦା: ଜିଲ୍ଲା ଆଇନ ସେବା ପ୍ରାଧିକରଣ, ମୟୂରଭଞ୍ଜ ପକ୍ଷରୁ ବାରିପଦା ଠାରେ ଜିଲ୍ଲା ଓ ଦୌରାଜଜଙ୍କ କାର୍ଯ୍ୟାଳୟ ପରିସରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଲୋକ ଅଦାଲତରେ ମୋଟ ୮୭୯୦ ଟି ମାମଲା ମଧ୍ୟରୁ ୨୪୯୭ ଟି ମାମଲାର ଅପୋଷ ବିଚାର ହୋଇ ମୋଟ ୧,୭୧,୩୬,୩୭୯ ଟଙ୍କା ଅଦାୟ ପାଇଁ ସମାଧାନ ହୋଇଥିବା ଜଣାପଡିଛି। ଜିଲ୍ଲା ଓ ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ସୁଦୀପ୍ତ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ପ୍ରାକ ମକଦ୍ଦମା ସମ୍ପର୍କିତ ୫୨୨୦ ଗୋଟି ମାମଲା ମଧ୍ୟରୁ ୩୫୩ ଟି ମାମଲା ଅପୋଷ ବିଚାର ହୋଇ ୧,୦୩,୬୮,୪୮୩ ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ଜଣାପଡ଼ିଛି। ବକେୟା ଥିବା ୩,୫୭୦ ଗୋଟି ମାମଲା ମଧ୍ୟରୁ ସାଲିସଯୋଗ୍ୟ ୮୪ ଫୌଜଦାରୀ ମାମଲା ମଧ୍ୟରୁ ୩ଟି, ଏନ୍ଆଇଆକ୍ଟ ଧାରା ୧୩୮ ଅନ୍ତର୍ଗତ ୧୪୦ଟି ମାମଲା ମଧ୍ୟରୁ ୨୬, ବ୍ୟାଙ୍କ ଋଣ ଅଦାୟ ସମ୍ବନ୍ଧିତ ୧୫୦ଟି ରୁ ୯ଟି, ମୋଟର ଯାନ ଦୁର୍ଘଟଣା ମାମଲା ୧୮୮ ଟି ରୁ ୧ ଟି, ବୈବାହିକ (ଛାଡପତ୍ର ବ୍ୟତୀତ) ସମ୍ବନ୍ଧୀୟ ୧୦୨ ଟି ମାମଲା ମଧ୍ୟରୁ ୫୩ ଟି, ରାଜସ୍ୱ ମାମଲା ୨୪୮୮ ଟି ମଧ୍ୟରୁ ୧୯୬୭ ଟି, ଅନ୍ୟାନ୍ୟ ଦେୱାନୀ ମାମଲା ୨୫୨ ଟି ମଧ୍ୟରୁ ୪୩ ଟି ଓ ଅନ୍ୟାନ୍ୟ ଫୌଜଦାରୀ ମାମଲା ୯୩ ଟି ମଧ୍ୟରୁ ୪୧ ଟି ମିଶାଇ ମୋଟ ୨୪୯୭ ମାମଲାର ଫଇସଲା କରାଯାଇଛି। ମୋଟ ୧ କୋଟି ୭୧ ଲକ୍ଷ ୩୬ ହଜାର ୩୭୯ ଟଙ୍କା ଆଦାୟ କରାଯାଇଛି।
Prev Post
Next Post