ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଦୁଇ ଦିନ ଶିମିଳିପାଳ ବନ୍ଦ

ବାରିପଦା: ମେ’ ମାସର ୪ ଓ ୫ ତାରିଖ ଶିମିଳିପାଳ ବନ୍ଦ ରହିବା ଘୋଷଣା ହୋଇଛି । ରାଷ୍ଟ୍ରପତିଙ୍କ ଗସ୍ତଙ୍କୁ ଦୃଷ୍ଟିରେ ରଖି ଏପରି ବନ୍ଦ ନିଷ୍ପତ୍ତି ନିଆଯାଇଛି । ଆସନ୍ତା କାଲି ଗୁରୁବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସିବେ । ସେଥିପାଇଁ ସାରା ମୟୁରଭଞ୍ଜ ଚଳଚଞ୍ଚଳ ହୋଇଛି ।

ସୂଚନା ଅନୁଯାୟୀ, ରାଷ୍ଟ୍ରପତିଙ୍କ ନିଜ ଜନ୍ମଭୂମୀ ଗସ୍ତକୁ ନେଇ ସାରା ମୟୂରଭଞ୍ଜ ଚଳଚଞ୍ଚଳ ହୋଇଉଠିଛି । ତାଙ୍କୁ ସ୍ୱାଗତ ଏବଂ ସମ୍ବର୍ଦ୍ଧନା ପାଇଁ ପସ୍ତୁତି ଚାଲିଛି । ଏହା ଭିତରେ ଚର୍ଚ୍ଚାରେ ରହିଛି ମହାମହିମଙ୍କ ପାଇଁ ପ୍ରସ୍ତୁତ ହୋଇଛି ଏକ ଚୌକି । ସ୍ୱତନ୍ତ୍ର ଭାବେ ନିର୍ମିତ ହୋଇଥିବା ଏହି ଚୌକି ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟରେ ରଖାଯାଇଛି । ଏଥିପାଇଁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମନରେ ଉତ୍ସାହ ଭରି ରହିଛି । ତେବେ ରାଷ୍ଟ୍ରପତିଙ୍କ ଅଭ୍ୟାରଣ୍ୟ ଗସ୍ତକୁ ନେଇ ଶିମିଳିପାଳ ବନ୍ଦ ନିଷ୍ପତ୍ତି ନିଆଯାଇଛି ।