ଗଣମାଧ୍ୟମ ପ୍ରତିନିଧିଙ୍କୁ ଲୋକସେବା ଭବନକୁ ପ୍ରବେଶ ପାଇଁ ମିଳିଲା ଅନୁମତି

ଭୁବନେଶ୍ୱର: ଲୋକସେବା ଭବନ ଭିତରକୁ ପ୍ରବେଶ କରିପାରିବେ ଗଣମାଧ୍ୟମ ପ୍ରତିନିଧି । ସାମ୍ବାଦିକଙ୍କୁ ଲୋକସେବା ଭବନ ଭିତରକୁ ପ୍ରବେଶ ପାଇଁ ମିଳିଲା ଅନୁମତି । ଆସନ୍ତା ଏପ୍ରିଲ ୧୮ ତାରିଖରୁ ଲୋକସେବା ଭବନ ଭିତରକୁ  ପ୍ରବେଶ କରିପାରିବେ ସାମ୍ବାଦିକ । କୋଭିଡ କଟକଣା ହଟିବାପରେ ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହା ସହ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ରିସେପ୍ସନ କାଉଣ୍ଟର ଖୋଲିବା ନେଇ ମଧ୍ୟ ସୂଚନା ଦିଆଯାଇଛି । ତେବେ କେବଳ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକମାନେ ହିଁ ଯାଇପାରିବେ । ଲୋକସେବା ଭବନ, ରାଜୀବ ଭବନ ଓ ଖାରବେଳ ଭବନ ରସେପ୍ସନ କାଉଣ୍ଟର ମଧ୍ୟ ଖୋଲିବ ।