କଟକ ଜିଲ୍ଲା ମାହାଙ୍ଗା କୁସୁପୁରରେ ହୃଦୟବିଦାରକ ଘଟଣା, ୫ଜଣଙ୍କୁ ହତ୍ୟା

କଟକ/ମାହାଙ୍ଗା: ମାହାଙ୍ଗା ଅଂଚଳରେ ଏକ ହୃଦୟବିଦାରକ ଘଟଣା ଘଟି ହୋଇଛି ଗଣହତ୍ୟା । ଜମିଜମାକୁ କେନ୍ଦ୍ର କରି ବଡ ଭାଇ ପରିବାର ୫ଜଣଙ୍କୁ ସାନଭାଇ ହତ୍ୟା କରିଛି । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ଅଭିଯୁକ୍ତ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ଘଟଣାଟି କଟକ ଜିଲ୍ଲା କୁସୁପୁର ଗାଁରେ ଘଟିଥିବା ବେଳେ ଅଭିଯୁକ୍ତ ସୋସିଆଲ ମିଡ଼ିଆରେ ନିଜର ଦୋଷ ସ୍ୱିକାର କରିବା ସହିତ ଥାନାରେ ଆତ୍ମସମର୍ପଣ କରିଛି । ସେହିପରି ସୂଚନା ଅନୁଯାଇ, ବଡ଼ଭାଇର ପୂରା ପରିବାରକୁ ସାନଭାଇ ହତ୍ୟା କରିଥିବା ଓ ହତ୍ୟା କରି ଘରେ ତାଲା ପକାଇ ଥାନାରେ ଆତ୍ମସମର୍ପଣ କରିଛି ସାନଭାଇ ।

ସୂଚନା ଅନୁସାରେ, ଗତ କିଛିଦିନ ହେଲା କୁସୁପୁର ଗାଁର ଅଲେଖ ସାହୁ ଓ ଭାଇ ଶିବପ୍ରସାଦ ସାହୁଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏହାକୁ ନେଇ ଅନେକ ସମୟରେ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା । ତେବେ ଗତକାଲି ରାତିରେ ଉକ୍ତ ଘଟଣାକୁ ନେଇ ଦୁଇ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏପରିକି ବଡ ଭାଇ ଓ ତାର ପରିବାର ସାନଭାଇ ଶିବକୁ ମାଡ ମାରିଥିଲେ ।

ପରେ ବିଳମ୍ବିତ ରାତିରେ ଶିବ ମାନସିକସ୍ଥିତି ହରାଇ ବଡଭାଇର ପରିବାରକୁ ଅତର୍କିତ ଆକ୍ରମଣ କରିଥିଲା । ଏକ ଶାବଳ ଓ ଧାରୁଆ ଅସ୍ତ୍ର ସାହାର୍ଯ୍ୟରେ ବଡ ଭାଇ, ଭାଉଜ ସମେତ ୫ଜଣକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା । ମୃତକମାନେ ହେଲେ ଅଲେଖ ସାହୁ, ସ୍ତ୍ରୀ ରଶ୍ମି ସାହୁ, ଝିଅ ପାଏଲ, ପୁଅ ଗୁଡୁ ଓ ଟୁବୁ ରହିଛନ୍ତି । ଏହି ଘଟଣା ପରେ ଅଭିଯୁକ୍ତ ଘର କବାଟ ବନ୍ଦ କରି ପଳାଇ ଆସିଥିଲା ।

ଆଜି ସକାଳେ ସୋସିଆଲ ମିଡ଼ଆରେ ନିଜ ଦୋଷ ସ୍ୱିକାର କରିଥିଲା । ଫେସବୁକରେ କହିଥିଲେ, ଜମିବାଡିକୁ ନେଇ ବଡ ଭାଇ ସହ ପାଟିତୁଣ୍ଡ ଲାଗି ରହୁଥିଲା । ସେମାନେ ମୋତେ ମାଡ ମାରିବାରୁ ମୁଁ ସମସ୍ତଙ୍କୁ ମାରିଦେଲି । ଏବେ ବାଲିଚନ୍ଦ୍ରପୁର ଥାନାକୁ ଆତ୍ମସମର୍ପଣ କରିବାକୁ ଯାଉଛି । କାରଣ ମାହାଙ୍ଗା ଯିବାକୁ କୌଣସି ଉପାୟ ନାହିଁ । ମୋତେ ଯାହା ଦଣ୍ଡ ମିଳିବ, ତାହାକୁ ସହିବି । ପରେ ସେ ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିବା ପରେ ଘଟଣା ପ୍ରଘଟ ହୋଇଥିଲା । ପରେ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।