କେନ୍ଦୁଝର ଜିଲ୍ଲାପାଳଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ । ଆରେଷ୍ଟ ୱାରେଣ୍ଟ ଜାରି କଲେ ଜାତୀୟ ଜନଜାତି କମିଶନ । ଜିଲ୍ଲାପାଳଙ୍କୁ ଜନଜାତି କମିଶନଙ୍କ ପାଖରେ ହାଜର ହେବାକୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଡିଜିପି ସୁନୀଲ ବଂଶଲଙ୍କୁ ନିର୍ଦ୍ଦେଶ ଦେଲେ ଜନଜାତି କମିଶନ । ଏକାଧିକ ମାମଲାରେ ଜିଲ୍ଲାପାଳଙ୍କୁ ହାଜର ପାଇଁ ନିର୍ଦ୍ଦେଶ ଥିଲା । ବାରମ୍ବାର ନୋଟିସ ପରେ ବି ହାଜର ହୋଇନଥିଲେ ଜିଲ୍ଲାପାଳ ।