ନିଖୋଜ ଇଞ୍ଜିନିୟରିଂ ଛାତ୍ରୀ ସ୍ୱିଟି ରାୟ ସୁରାଗ

ଭୁବନେଶ୍ୱର ରେଲୱେ ଷ୍ଟେଶନରୁ ଗତ ବୁଧବାରଠୁ ନିଖୋଜ ଇଞ୍ଜିନିୟରିଂ ଛାତ୍ରୀ….

ଭୁବନେଶ୍ୱର : ଭୁବନେଶ୍ୱର ରେଲୱେ ଷ୍ଟେଶନରୁ ଗତ ବୁଧବାରଠୁ ନିଖୋଜ ଇଞ୍ଜିନିୟରିଂ ଛାତ୍ରୀ ସ୍ୱିଟି ରାୟଙ୍କୁ ଏ ଯାଏ ଠାବ କରାଯାଇ ପାରି ନ ଥିବା ବେଳେ ତାଙ୍କ ସମ୍ପର୍କରେ ସୁରାଗ କିନ୍ତୁ ମିଳିଛି। ପଶ୍ଚିମବଙ୍ଗର ଚିତପୁରରେ ନିଜ ପୁରୁଷ ବନ୍ଧୁଙ୍କ ସହ ସ୍ୱିଟି ଥିବା ପୁଲିସ୍‌ ତଦନ୍ତ ସମୟରେ  ଜାଣିବାକୁ ପାଇଛି। ସ୍ୱିଟିଙ୍କୁ ଉଦ୍ଧାର କରିବାକୁ କମିଶନରେଟ ପୁଲିସ୍‌ ସ୍ଥାନୀୟ ଚିତପୁର ପୁଲିସ୍‌ର ସହାୟତା ନେଇଛି।

ସ୍ୱିଟି ନିଖୋଜ ହେବା ବେଳେ ତାଙ୍କ ନିକଟରେ ଜଣେ ଯୁବକ ଛିଡ଼ା ହୋଇଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଥିଲା। ସ୍ୱିଟି ଉକ୍ତ ଯୁବକଙ୍କ ସହ କଥା ହେଉଥିଲେ, ପାଖରେ ଛିଡ଼ା ହୋଇଥିଲେ। ହେଲେ ଏହାପରେ ହଠାତ୍‌ ଉଭୟ ଅନ୍ତର୍ଦ୍ଧାନ ହୋଇ ପଡ଼ିଥିବା ବେଳେ ସ୍ୱିଟିଙ୍କ ଫୋନ୍‌ ସୁଇଚ ଅଫ୍‌ ଆସିଥିଲା।ପୁଲିସ୍‌ ତଦନ୍ତ କରି ଉକ୍ତ ଯୁବକଙ୍କ ଘର ଚିତପୁରରେ ବୋଲି ଠାବ କରିଛି। ଏହାପରେ ତାଙ୍କ ମୋବାଇଲ ନଂ ଟ୍ରାସିଂ କରାଯିବାରୁ ସେ ଚିତପୁରରେ ଥିବା  ଜଣାପଡ଼ିଥିଲା। ସ୍ୱିଟି ବି ତାଙ୍କ ସହ ଥାଇପାରନ୍ତି ବୋଲି ଅନୁମାନ କରି ପୁଲିସ୍‌ ଏବେ ଉଭୟଙ୍କୁ ଠାବ କରିବାକୁ ପ୍ରୟାସ ଆରମ୍ଭ କରିଛି। ଏଥିନିମନ୍ତେ ସ୍ଥାନୀୟ ପୁଲିସ୍‌ର ସହାୟତା ଲୋଡ଼ିଛି।