ଇଡିରେ ହାଜର ହେଲେ ବିଧାୟକଙ୍କ ପତ୍ନୀ

ଭୁବନେଶ୍ୱର : ଆଜି ପ୍ରବର୍ତ୍ତନ ନିର୍ଦେଶାଳୟରେ (ଇଡିରେ) ହାଜର ହୋଇଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ। ପୂର୍ବତନ ଆଇଏଫଏସ ଅଭୟ ପାଠକଙ୍କ ଅର୍ଥ କାରବାର ମାମଲାରେ ହାଜର ହୋଇଛନ୍ତି। ଗତକାଲି ପ୍ରଦୀପଙ୍କ ଝିଅଙ୍କୁ ୭ ଘଣ୍ଟା ଧରି ଜେରା କରିଥିଲା ଇଡି।

ଟାଟା କମ୍ପାନୀରେ ଚାକିରି କରାଇ ଦେବାକୁ କହି ଅଭୟ ପାଠକଙ୍କ ପୁଅ ଆକାଶ ପାଠକ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଆକାଶ ପାଠକଙ୍କ ଆକାଉଣ୍ଟକୁ ଯାଇଥିବା ଟଙ୍କା ନେଇ ଇଡି ଜେରା କରିବ ବୋଲି ସୂଚନା ମିଳିଛି।