ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର !

ପ୍ରେମିଯୁଗଲର ଅଭବନୀୟ ଦୃଶ୍ୟ ଦେଖିବାକୁ ….

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଭାଲେଣ୍ଟାଇନ ଡେ ଦିନ ପ୍ରେମିଯୁଗଲର ଅଭବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳ ଙ୍କ ମୃତଦେହ ଉଦ୍ଧାରକରିଛି । ପାପଡାହାଣ୍ଡି ବ୍ଲକ ସୀମାନ୍ତ ମୈଦଲପୁର ଥାନା ଅନ୍ତର୍ଗତ ଆମ୍ଵପାଣି ଘାଟିର ଖଡ଼କା ଜଙ୍ଗଲରୁ ଆଜି ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଉଭୟ ଏକ ମହୁଲ ଗଛରେ ଝୁଲନ୍ତା ଅବସ୍ଥାରେ ଅଛନ୍ତି । ମୃତ ଦେହ ନିକଟରେ ପ୍ରବଳ ଭିଡ଼ ଜମିଛି। ପ୍ରେମିକା ମାଝୀଗୁଡା ପଂଚାୟତ ଭାଲୁ ଝର ଗ୍ରାମର ବେଲ ମୁଦୁଲି ଓ ପ୍ରେମିକ ମୈଦଲପୁର ପଂଚାୟତ ନୀଳାଦ୍ରୀଗୁଡା ଗ୍ରାମର ତ୍ରିପତି ମାଝୀ ବୋଲି ଜଣାପଡିଛି । ଉଭୟ ଗତ କାଲି ସନ୍ଧ୍ୟାରୁ ଘରୁ ବାହାରିଥିବା ସୂଚନା ମିଳିଛି । ଆଜି ସକାଳୁ ସ୍ଥାନୀୟ ଅଞ୍ଚଳର ଲୋକ ମାନେ ଏକ ମହୁଲ ଗଛ ରେ ପ୍ରେମୀ ଯୁଗଳ ଵେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବା ପରେ ମୈଦଲପୁର ପୋଲିସ କୁ ଖବର ଦେଇଥିଲେ । ଗତକାଲି ଭାଲେଣ୍ଟାଇନ ଡେ କୈାଣସି କାରଣରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ତେବେ ଉଭୟ ଆତ୍ମ ହତ୍ୟା କରିଥିବା ସନ୍ଦେହ କରାଯାଉଛି । କେଉଁ ପରିସ୍ଥିତିରେ ଏପରି ଘଟଣା ହେଲା ପୋଲିସ ତଦନ୍ତ ପରେ ଜଣାପଡିବ ବୋଲି ମୈଦଲପୁର ପୋଲିସ ସୁଚନା ଦେଇଛନ୍ତି । ଗ୍ରାମର ମୂଖ୍ୟ ରାସ୍ତାର ୧୦୦ ମିଟର ଦୁରରେ ଏହି ଦୁଇ ଜଣକ ଝୁଲନ୍ତା ମୃତ ଦେହ ଦେଖିବାକୁ ମିଳିଛି । ଏ ଘଟଣା କୁ ଦେଖିବା ପରେ ଏ ଅଞ୍ଚଳର ଦୁଃଖ ରେ ଭାଂଗି ପଡିଛନ୍ତି।