‘ନବୀନ ଓଡ଼ିଶା’କୁ ଝୁମ୍ପୁଡ଼ି ଘର ଭାରି ସୁନ୍ଦର

ଭୁବନେଶ୍ୱର: ‘ନବୀନ ଓଡ଼ିଶା’ରେ ଶିଳ୍ପପତିଙ୍କୁ ମାଗଣାରେ ଜମି, ବିଜୁଳି, ପାଣି ଯୋଗାଇ ଦିଆଯାଉଥିବା ବେଳେ ଗରିିବ ପରିବାରକୁ ଝୁମ୍ପୁଡ଼ି ଘରେ ରହିବାକୁ ବାଧ୍ୟ କରାଯାଉଛି । ଭାତହାଣ୍ଡିରୁ ଗୋଟିଏ ଚିପିବା ଭଳି ଆପଣମାନେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ବ୍ଲକ ହରିଡାପାଳ ପଂଚାୟତ ମଙ୍ଗଳପୁର ଗାଁକୁ ଯାଆନ୍ତୁ ।

ଗାଁର ନଟ ବେହେରା ଓ ରଙ୍କିଆ ବେହେରା । ଦୁଇ ଭାଇ ବଡ଼ ଦୟନୀୟ ଜୀବନ ଯାପନ କରୁଛନ୍ତି । ଶୀତ କାକର ଭିତରେ ସେମାନେ ଝୁମ୍ପୁଡି ଘରେ ରହୁଛନ୍ତି । ନଟ ବେହେରା ତାଙ୍କ ପତ୍ନୀ ଅପୂର୍ବ ଓ ପୁଅବୋହୁଙ୍କୁ ଧରି ଗଛ ତଳେ କୁଡ଼ିଆଟିରେ ରହୁଛନ୍ତି । ରଙ୍କିଆ ବେହେରା ପତ୍ନୀ ଝୁମୁରି ସହିତ ମଧ୍ୟ ସେହି ହାଲତରେ ରହୁଛନ୍ତି ।

ଦୁଇଭାଇଙ୍କର ଜମିବାଡ଼ି ନାହିଁ । କୁଶେଇ ନଦୀବନ୍ଧ କୂଳରେ ଠିଆ ଆମ୍ବଗଛଟି ନଟ ବେହେରାଙ୍କ ଦଦରା ଜୀବନକୁ ଅତି ନିକଟରୁ ଦେଖିବା ସହିତ ନବୀନ ଓଡ଼ିଶାର ଖଳନାୟକଙ୍କୁ ଭଲ କରି ଚିହ୍ନିପାରିଛି । ନଟଙ୍କ ପତ୍ନୀ ଅପୂର୍ବ ଭିକ ମାଗୁଛନ୍ତି । ସ୍ୱାମୀ-ସ୍ତ୍ରୀଙ୍କୁ ମିଳୁନି ବାର୍ଦ୍ଧକ୍ୟ ଭତା । ଧନୀଘରକୁ ବିଜୁ ଆବାସ ମିଳୁଛି, ମାତ୍ର ନଟ ବଡ଼ ହତାଶିଆ । ଇତିମଧ୍ୟରେ ନଟଙ୍କ ପୁଅବୋହୁ କାମଧନ୍ଦା ପାଇଁ ଦୂରକୁ ଚାଲିଯାଇଛନ୍ତି ।

ରାଜ୍ୟରେ ହଜାର ହଜାର ନଟ ହତାଶିଆ ଜୀବନ କାଟୁଥିଲା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପଣା ‘ନବୀନ ଓଡ଼ିଶା’କୁ ନେଇ ଭାରି ସନ୍ତୁଷ୍ଟ । ଜଣେ ବୁଦ୍ଧିଜୀବୀ କହନ୍ତି, ରାଜତନ୍ତ୍ରରେ ପ୍ରଜାମାନେ ଖାଡ଼ା ଉପାସରେ ଦିନ କାଟୁଥିଲା ବେଳେ ରାଜା ନୀରୋ ଆପଣା ଉଆସରେ ବସି ବଂଶୀବାଦନ କରୁଥିଲେ । ଆଜି ମୁଖ୍ୟମନ୍ତ୍ରୀ ଆପଣା ରଙ୍ଗ ମହଲରେ ମଦ ପିଇ ସିଗାରେଟ୍‌ ଧୂଅାଁ ଭିତରେ ‘ନବୀନ ଓଡ଼ିଶା’ର କୁଣ୍ଡଳୀ ଦେଖୁଥିଲା ବେଳେ ବିଚରା ନଟ ବାର୍ଦ୍ଧକ୍ୟ ଭତାକୁ ଅପେକ୍ଷା କରିଛି ।