ଆସନ୍ତା ୨ ଦିନ କାଳବୈଶାଖୀ ସମ୍ଭାବନା

ଏହି ସମୟରେ ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ….

ଭୁବନେଶ୍ୱର : ପ୍ରବଳ ତାତିରେ ଓଡ଼ିଶା ଭାଜି ହେଉଥିବା ବେଳେ ଏବେ ଟିକିଏ ଆଶ୍ୱସ୍ତି ମିଳିବ । କାରଣ ଆଜି ଠାରୁ ରାଜ୍ୟରେ ତାତି କମିବ । ଆସନ୍ତା ୨ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି ।

୨୨ ଓ ୨୩ ତାରିଖରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଏହି ସମୟରେ ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ କୁଆପଥର ବର୍ଷା ହୋଇପାରେ । ସେହିଭଳି ପବନ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବେଗରେ ବହିବାର ସମ୍ଭାବନା ରହିଛି ।