ଉମା ସାମନ୍ତରାୟଙ୍କୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ବର (ଏସ୍ ନ୍ଯୁଜ ): ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କୁ କାରଣ ଦର୍ଶାଅ ନୋଟିସ୍ । ସିଆରପିସି-୪୧(ଏ) ଅନୁଯାୟୀ କାରଣ ଦର୍ଶାଅ ନୋଟିସ ପଠାଯାଇଛି । ଉମାଙ୍କ ସରକାରୀ ବାସଭବନରେ ପହଞ୍ଚିଛି ସମୁଦ୍ର କୂଳ ଥାନାର ଟିମ୍ । ୭ଦିନ ଭିତରେ କରାଣ ଦର୍ଶାଇବାକୁ ଉମା ସାମନ୍ତରାୟଙ୍କୁ ନୋଟିସ୍ ଦିଆଯାଇଛି ।

ତେବେ କୋଭିଡ୍ ପଜିଟିଭ ଥାଇ ମଧ୍ୟ ସ୍ୱର୍ଗତ ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ ଉମା ସାମନ୍ତରାୟ । ଅନ୍ୟପଟେ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିବା ନେଇ ନିଜ ଭୁଲକୁ ସ୍ୱୀକାର କରିବା ସହ ସେ ଆଜି କ୍ଷମା ମାଗିଛନ୍ତି ।