ଯାତ୍ରା ପାଇଁ ମିଳିଲାନି ଅନୁମତି


ଭୁବନେଶ୍ୱର(ଏସ୍ ନ୍ୟୁଜ): ବିଫଳ ହେଲା ସରକାରଙ୍କ ସହ ଯାତ୍ରା କଳାକାରଙ୍କ ଆଲୋଚନା। ଏବେ ହେବନି ଯାତ୍ରା । ଯାତ୍ରା ଉପରୁ ଉଠିବନି କଟକଣା ମିଳିବନି ଯାତ୍ରା ପାଇଁ ଅନୁମତି। ସରକାର ସିଧାସଳଖ ଯାତ୍ରା ମଞ୍ଚକୁ ଅନୁମତି ଦେବାକୁ ମନା କରିଦେଇଛନ୍ତି । ଏହାକୁ ନେଇ କେବେ ଯାତ୍ରାକୁ ମିଳିବ ଅନୁମତି ତାହା ଅନିଶ୍ଚିତତାରେ ରହିଛି । ନିରାଶ ହୋଇଛନ୍ତି ଯାତ୍ରା କଳାକାର ଓ ପ୍ରେମୀ ।

ତେବେ କଳାକାର ଦୁନିଆର ସବୁଠାରୁ ବଡ ମଞ୍ଚ ହେଉଛି ଯାତ୍ରା ମଞ୍ଚ । ଯେଉଁଠି କଳାକାର ଦର୍ଶକଙ୍କ ପାଖରେ ନିଜ କଳାର ସିଧାସଳଖ କଳା ପ୍ରଦର୍ଶନ କରିଥାନ୍ତି । ଆଉ ଏହି ମଞ୍ଚରେ ରାଜ୍ୟର ୬୦ ରୁ ଊର୍ଧ୍ୱ ଯାତ୍ରାପାର୍ଟି ସହ ୧୦ହଜାରରୁ ଊର୍ଧ୍ୱ କଳକାର ଓ କର୍ମଚାରୀ ନିର୍ଭର କରିଥାନ୍ତି । ହେଲେ ମାର୍ଚ୍ଚ ୧୫ରୁ କରୋନା ମହାମାରୀର ସ୍ଥିତିକୁ ଦେଖି ଯାତ୍ରା ପରିବେଷଣ ବନ୍ଦ ରହିଥିବାରୁ ଦୁର୍ଦ୍ଦିନରେ ସମୟ କାଟୁଛନ୍ତି କଳକାର ।

ତେଣୁ ଯାତ୍ରା ପରିବେଷଣ କରି ମଞ୍ଚ ସହ ଯୋଡ଼ା ପ୍ରତ୍ୟକଙ୍କ ଶୋଚନୀୟ ଅବସ୍ଥା ସୁଧାରିବାକୁ କଳାକାର ଅଣ୍ଟା ଭିଡିଛି। ଆଉ ଏଥିପାଇଁ ଯାତ୍ରାକୁ ସୁଯୋଗ ଦେବା ଲାଗି ସରକାରଙ୍କୁ ଅନୁରୋଧ କରିଥିଲେ କଳାକାର। ଏହି ଦାବିକୁ ନେଇ ୧୪ ତାରିଖରୁ ଧାରଣା ଦେବେ ବୋଲି ଚେତାବନୀ ଦେଇଥିବା ବେଳେ ଆଜି ସରକାର ଆଲୋଚନା ପାଇଁ ଡାକିଥିଲେ। କିନ୍ତୁ ଯାତ୍ରା ପାଇଁ ବର୍ତ୍ତମାନ ଅନୁମତି ନାହିଁ ବୋଲି ସିଧା ସିଧା ଜଣାଇଦେଇଛନ୍ତି ସରକାର।ଫଳରେ କଳାକାରମାନେ ଯେଉଁ ଆଶା ନେଇ ଯାଇଥିଲେ ତାହା ମଉଳିଯାଇଛି। କାରଣ ମହାମାରୀରେ କାଳରେ ସରକାର ଉପାୟ ଶୂନ୍ୟ ବୋଲି କହିଛନ୍ତି ।


ସୂଚନାମୁତାବିକ, ୧୦୦୦ ରୁ ୧୨୦୦ ଲୋକଙ୍କୁ ନେଇ ଯାତ୍ରା ପାଇଁ ଅନୁମତି ମାଗିଥିଲେ କଳାକାର । ୧୦୦୦ ନୁହେଁ
ଯାତ୍ରା ହେଲେ ୧୦୦୦ ଜାଗାରେ ୫୦୦ ହଜାର ଦର୍ଶକ ହେବେ ବୋଲି ସରକାର ମତ ରଖିଥିଲେ। ଯାହାକୁ ଏହି ମହାମାରୀ ସମୟରେ ଅନୁମତି ଦେଇହବନି ବୋଲି କହିଥିଲେ। ସରକାରଙ୍କ ନିଷ୍ପତି ପରେ କଳାକାର ସଂଘ ମଞ୍ଚ କଳାକୁ ପେସା କରି ବଂଚୁଥିବା ଲୋକମାନଙ୍କୁ ସହାୟତା ଦେବା ପାଇଁ ଦାବି କରିଥିଲେ । କଳାକାରଙ୍କୁ ସହାୟତା ମିଳିବକି ନାହିଁ ସେ ବିଷୟରେ ବିଚାର କରି ଆସନ୍ତା ୧୫ ଦିନ ଭିତରେ ସରକାର ଜଣାଇବେ ବୋଲି ସରକାରୀ ପ୍ରତିନିଧି କହିଥିବା କହିଛନ୍ତି ଯାତ୍ରା କଳାକାର ଓ କର୍ମଚାରୀ ସଂଘର ସମ୍ପାଦକ ଆରକେ ହୀରା ଲାଲ ।