ନୂଆପଡା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ଭିଜିଲାନ୍ସ ପଞ୍ଝାରେ

ନୂଆପଡ଼ା: ସରକାରୀ ଗାଡ଼ିରେ ୨ ଲକ୍ଷ ୭୭ ହଜାର ଟଙ୍କା ନେଇ ନିଜ ଗାଁ କଟକ ଯାଉଥିବା ବେଳେ ହଠାତ୍ ମାଡ଼ିବସିଥିଲା ଭିଜିଲାନ୍ସ ଟିମ୍ । ଜବତ ଟଙ୍କାର ହିସାବ ଦେଇପାରି ନଥିଲେ ସିଡିଭିଓ ତ୍ରିଲୋଚନ ଧଳ । କୌଣସି ସୁତ୍ରରୁ ଖବର ପାଇ ରାତି ୨ ଟାରୁ ଛକି ବସିଥିଲା ଭିଜିଲାନ୍ସ ଟିମ୍ ।
ନୂଆପଡା ସ୍ଥିତ ସରକାରୀ ବାସଭବନ, କାର୍ଯ୍ୟାଳୟ ଓ କଟକ ନରାଜ ସ୍ଥିତ ପୈତୃକ ବାସଭବନରେ ଏକକାଳୀନ ରେଡ୍ ଚଳାଇଛି ଭିଜିଲାନ୍ସ ଟିମ୍ । କୋରାପୁଟ ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ରେଡରେ ସାମିଲ ଅଛନ୍ତି କଳାହାଣ୍ଡି ଓ ନୂଆପଡ଼ା ଭିଜିଲାନ୍ସ ଟିମ୍ । ବର୍ତ୍ତମାନ ସୁଦ୍ଧା ଚଢ଼ାଉରେ କେତେ ସମ୍ପତ୍ତି ମିଳିଛି ଓ କଣ ସବୁ ଜବତ ହୋଇଛି ସେନେଇ ଭିଜିଲାନ୍ସ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ ।ଭିଜିଲାନ୍ସ ଚଢଉର ଅଧିକ ତଥ୍ୟ ଖୁବ୍ ଶୀଘ୍ର ମିଳିବ ବୋଲି ଜଣାଯାଇଛି।