ଓଡ଼ିଆଙ୍କ ପ୍ରିୟ ଓ ପାରମ୍ପରିକ ଖାଦ୍ୟ ପଖାଳ

ଆମ ଓଡ଼ିଆଙ୍କ ପ୍ରିୟ ଓ ପାରମ୍ପରିକ ଖାଦ୍ୟ ପଖାଳକୁ ନେଇ ଆଜି ପଖାଳ ଦିବସ ପାଳନ କରାଯାଉଛି । ଏଥର ପଖାଳ ଦିବସ ପାଳନ କରିବା ପାଇଁ ରାଜ୍ୟବାସୀଙ୍କ ମଧ୍ୟରେ ବେଶ ତତ୍ପରତା ତଥା​‌ ଉତ୍ସୁକତା ପ୍ରକାଶ ପାଇଛି । ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପଖାଳ ଦିବସ ପାଳନ ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ଚଳିତବର୍ଷ କଟକ-ଭୁବନେଶ୍ବର ସମେତ ରାଜ୍ୟର  ଅନେକ ସହରରେ ଭିନ୍ନ ଭିନ୍ନ ସାମାଜିକ ସଂଗଠନ ଏଥିରେ ସାମିଲ ହୋଇଛନ୍ତି । ବିଭିନ୍ନ ଦଳର  ରାଜନେତାଙ୍କ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ପଖାଳ ଭୋଜନର ଆୟୋଜନ କରାଯାଇଛି। ଅନେକ ସ୍ଥାନରେ ଛୋଟ-ବଡ଼ରୁ ଆରମ୍ଭ କରି ନାମୀ ଦାମୀ ହେଟେଲରେ ମଧ୍ୟ ସ୍ବତନ୍ତ୍ର ପଖାଳର ବ୍ୟବସ୍ଥା କରାଯାଇଛି। ପଖାଳ ଦିବସ ଅବସରରେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ସୁନ୍ଦର ବାଲୁକାକଳା ପ୍ରସ୍ତୁତ କରାଯାଇଛି।