+୨ ବାଣିଜ୍ୟ ଫଳ ବାହାରିଲା, ପାସ ହାର ୭୪.୯୫%

ଭୁବନେଶ୍ୱର(ଏସ୍ ନ୍ୟୁଜ): ପ୍ରକାଶ ପାଇଲା ଚଳିତ ବର୍ଷର ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସାମ୍ବାଦିକ ସମ୍ମିଳନୀରେ ଏହାର ପୁସ୍ତିକା ଉନ୍ମୋଚନ କରିଛନ୍ତି। ଏଥର ରାଜ୍ୟରେ ମୋଟ ପାସ ହାର ରହିଛି ୭୪.୯୫ %।

ରାଜ୍ୟରେ ମୋଟ ୨୫,୭୭୨ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ଯୁକ୍ତ ଦୁଇ ବାଣିଜ୍ୟରେ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୯,୩୧୮ ଜଣ ପାସ କରିଛନ୍ତି । ୧୨,୨୧୫ ଜଣ ପୁଅ ଏବଂ ୭,୧୦୩ ଜଣ ଝିଅ ଏହି ତାଲିକାରେ ରହିଛନ୍ତି।

ନୟାଗଡ଼ ଜିଲ୍ଲା ସର୍ବାଧିକ ୮୮.୭୦ ପ୍ରତିଶତ ପାସ ହାର ସହ ରାଜ୍ୟରେ ପ୍ରଥମ ହୋଇଛି। ସେହିଭଳି ଦେବଗଡ଼ ଜିଲ୍ଲାରେ ସର୍ବନିମ୍ନ ୩୪.୧୭ ପ୍ରତିଶତ ପାସ ହାର ରହିଛି। ରାଜ୍ୟରେ ଚଳିତ ବର୍ଷ ପୂର୍ବ ବର୍ଷ ଅପେକ୍ଷା ୪.୬୯ ପ୍ରତିଶତ ପାସ ହାର ବଢିଛି।

୬,୬୧୦ ଜଣ ପରୀକ୍ଷାର୍ଥୀ ପ୍ରଥମ ଶ୍ରେଣୀ , ୪,୨୫୯ ଜଣ ଦ୍ଵିତୀୟ ଶ୍ରେଣୀ ଏବଂ ୮,୩୬୧ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୨୯ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶତ ପ୍ରତିଶତ ପରୀକ୍ଷା ଫଳ ଆସିଥିବା ବେଳେ ୨ଟି ଜୁନିଅର କଲେଜରେ ପରୀକ୍ଷା ଫଳ ଶୂନ ଆସିଛି।