ଦନ୍ତେୱାଡାରେ ନକ୍ସଲ ଆକ୍ରମଣ ପରେ ଓଡ଼ିଶାର ୩ ଜିଲ୍ଲାକୁ ହାଇଆଲର୍ଟ

ଛତିଶଗଡ଼: ଛତିଶଗଡ଼ର ଦନ୍ତେୱାଡାରେ ନକ୍ସଲବାଦୀଙ୍କ ଆକ୍ରମଣରେ ୧୧ ଯବାନ ସହିଦ ହେବା ପରେ ସୀମାବର୍ତ୍ତୀ ଜିଲ୍ଲାଗୁଡିକରେ ଆଶଙ୍କା ସୃଷ୍ଟି ହୋଇଛି। ଛତିଶଗଡ଼ ସୀମାକୁ ଲାଗିଥିବା ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି। ପୁଲିସ ଡିଜି ସୁନୀଲ ବଂଶଲଙ୍କ ଅଧ୍ୟକ୍ଷତାରେ ଏ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି।