ଆଉ ୧୦ ବର୍ଷ ଓଡ଼ିଶା ଧରିବ ହକିର ହାତ

ଭୁବନେଶ୍ୱର,(ଏସ୍‌ ନ୍ୟୁଜ): ଭାରତୀୟ ହକି ଟିମ୍ ପାଇଁ ଆଜି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ଆଉ ୧୦ ବର୍ଷ ପାଇଁ ଭାରତୀୟ ହକି ଟିମର ପ୍ରାୟୋଜକ ହେବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହା ପୂର୍ବରୁ ଓଡ଼ିଶା ୨୦୧୮ରେ ହକି ଇଣ୍ଡିଆ ସହ ୫ ବର୍ଷ ପାଇଁ ଚୁକ୍ତି କରିଥିଲା। କିନ୍ତୁ ଏବେ ଓଡ଼ିଶା ଆଉ ୧୦ ବର୍ଷ ହକି ଇଣ୍ଡିଆ ସହ ରହିବାକୁ ନିଷ୍ପତ୍ତି ନେଇଛି। ଅର୍ଥାତ୍ ୨୦୨୩ ପରେ ଓଡ଼ିଶା ଆଉ ୧୦ ବର୍ଷ ଭାରତୀୟ ହକି ଟିମର ପ୍ରାୟୋଜକ ରହିବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ହକି ଇଣ୍ଡିଆ ସହ ଆମର ପାର୍ଟନରଶିପ୍ ଦେଶ ପାଇଁ ଏକ ବଡ଼ ଉପଲବ୍ଧି। ଆମେ ଆମର ଏହି ପାର୍ଟନରଶିପକୁ ଆଗକୁ ବଢ଼ାଇବୁ। ଓଡ଼ିଶା ଆଉ ୧୦ ବର୍ଷ ପାଇଁ ହକି ଇଣ୍ଡିଆ ସହ ରହିବା ନେଇ ଆମେ ଘୋଷଣା କରୁଛୁ। ଆଉ ଏହା ଭାରତୀୟ ହକିରେ ନୂଆ ଅଧ୍ୟାୟ ସୃଷ୍ଟି କରିବା ସହ ଦେଶକୁ ତା’ର ପୂର୍ବ ଗୌରବ ଫେରାଇବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।