ପା…ପା..ପାଣି ପିଈଗଲେ ପାଣ୍ଡିଆନ

ପାଣି ପାଇଁ ଜାତୀୟ ରାଜପଥ ଅବରୋଧ

ଭଞ୍ଜନଗର: ଜଗନ୍ନାଥପ୍ରସାଦ ଥାନା ଗୋଛାବାଡି ଗାଁ ରେ ଗତ ଆଠ ମାସହେଲା ଜଳଯୋଗାଣ ଉଧ୍ୟେଶମୂଳକ ଭାବେ ବନ୍ଦ କରିଥିବା ଅଭିଯୋଗ ଆଣି ମହିଳା ମାନେ ଗାଁ ଛକ ମୁଖ୍ୟ ରାସ୍ତା କୁ ଅବରୋଧ କରିଛନ୍ତି । ହାଣ୍ଡିମାଠିଆ ରାସ୍ତାରେ ରଖି ପାଣି ପାଇଁ ପ୍ରତିବାଦ ଜଣାଇଛନ୍ତି । ସକାଳୁ ସକାଳୁ ମହିଳାଙ୍କ ଏହି ପ୍ରତିବାଦ ପାଇଁ ଭୁବନେଶ୍ୱର- ଭଞ୍ଜନଗର ମୁଖ୍ୟ ରାସ୍ତା ରେ ଗମନାଗମନ ସମ୍ପୂର୍ଣ୍ଣ ଠପ ହୋଇ ପଡିଛି ରାସ୍ତାର ଦୁଇ ପାର୍ଶ୍ଵରେ ଯାତ୍ରୀବାହୀ ବସ ଗୁଡିକ ଅପେକ୍ଷା କରି ରହିଛନ୍ତି ।

ଗୋଛାବାଡି ଗାଁ ରେବପୂର୍ବରୁ ଜଳଯୋଗାଣ ଵ୍ୟଵସ୍ଥା ରହିଥିଲା କିନ୍ତୁ ଗତ ଜାନୁଆରୀ ମାସରେ ପ୍ରତି ଘରକୁ ପାଣି ଯୋଗାଇବା ପାଇଁ ଵ୍ୟଵସ୍ଥା କରାଗଲା । ଠିକାଦାର କାମ ସାରିଦେଲାଣି କିନ୍ତୁ ଜଳ ଯୋଗାଣ ଵ୍ୟଵସ୍ଥା କୁ କାର୍ଯ୍ୟକ୍ଷମ କରାଯାଉନାହିଁ । ଏ ସମ୍ପର୍କରେ ବ୍ଲକ ଓ ଜିଲାପାଳଙ୍କୁ ମଧ୍ୟ ଅଭିଯୋଗ କରାଯାଇଥିଲା ତଥାପି କେହି କର୍ଣ୍ଣପାତ କରୁନଥିବା ବେଳେ ଗ୍ରାମବାସୀ ପୋଖରୀ ପାଣି କୁ ବ୍ୟବହାର କରିଆସୁଥିଲେ । ପ୍ରଶାସନ ଦେଇଥିବା ମହଲତ ମଧ୍ୟରେ ଜଳଯୋଗାଣ ହୋଇନଥିବାରୁ ତାତିଲେ ମହିଳା ଓ ହାଣ୍ଡିମାଠିଆ ଧରି ଏଭଳି ରାସ୍ତାରୋକ କରିଥିବା ଜଣାଇଛନ୍ତି ।