ପଦ୍ମପୁର ଉପ ନିର୍ବାଚନରେ ୪୨,୦୬୫ ଭୋଟ୍ ବ୍ୟବଧାନରେ ଜିତିଲା ବିଜେଡି

ପଦ୍ମପୁର: ପଦ୍ମପୁର ଉପ ନିର୍ବାଚନ ଜିତିଲା ବିଜେଡି । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ବିପୁଳ ଭୋଟ୍ ବ୍ୟବଧାନରେ ହରାଇଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ତେବେ ୨୩ ରାଉଣ୍ଡ ଗଣତି ପରେ ବିଜେଡି ପ୍ରାର୍ଥୀ ୪୨ ହଜାର ୦୬୫ ଭୋଟରେ ବିଜୟୀ ହୋଇଛନ୍ତି ।

୨୩ ରାଉଣ୍ଡ ଗଣତିରେ ବିଜେଡିକୁ ୧ ଲକ୍ଷ ୧୯ ହଜାର ୫୧୨ ଭୋଟ୍ ମିଳିଥିବାବେଳେ, ବିଜେପିକୁ ୭୭ ହଜାର ୪୪୭ ଭୋଟ୍ ମିଳିଛି । ଅନ୍ୟପଟେ କଂଗ୍ରେସ ହାତକୁ ମାତ୍ର ୩୫୪୮ ଭୋଟ୍ ରହିଛି । ତେଣୁ ବିଜେପି ପ୍ରାର୍ଥୀଙ୍କୁ ୪୦ ହଜାରରୁ ଅଧିକ ଭୋଟରେ ହରାଇ ପଦ୍ମପୁର ଦଖଲ କରିଛି ଶାସକ ବିଜୁ ଜନତା ଦଳ ।