ଡିସେମ୍ବର ମାସରେ ମାସିକ ରେକର୍ଡ କାର୍ଗୋ ପରିବହନ ସହ ୨୦୨୨କୁ ବିଦାୟ ଦେଲା ପାରାଦୀପ ବନ୍ଦର ପାରାଦୀପ ବନ୍ଦର ପାଇଁ ନୂଆବର୍ଷ ୨୦୨୩ର ଆଗମନ ବେଶ ଉତ୍ସାହର…. By Shaksi News On Jan 3, 2023 0 ପାରାଦୀପ ବନ୍ଦର ପାଇଁ ନୂଆବର୍ଷ ୨୦୨୩ର ଆଗମନ ବେଶ ଉତ୍ସାହର ସହ ହୋଇଛି । ଟିମ ପିପିଏ କାର୍ଗୋ ପରିବହନ କ୍ଷେତ୍ରରେ ଦେଶର ସମସ୍ତ ପ୍ରମୁଖ ବନ୍ଦରର କାର୍ଗୋ ପରିବହନ ଇତିହାସ ତୁଳନାରେ ଡିସେମ୍ବର ମାସରେ ସବୁଠାରୁ ଅଧିକ କାର୍ଗୋ ପରିବହନ କରି ୨୦୨୨କୁ ବିଦାୟ ଦେଇଛି । ଉଲ୍ଲେଖଯୋଗ୍ୟ ଯେ, ଡିସେମ୍ବର ୨୦୨୨ରେ ପାରାଦୀପ ବନ୍ଦରରୁ ରେକର୍ଡ ୧୨.୬ ଏମଏମଟି କାର୍ଗୋ ପରିବହନ ହୋଇଛି । ପିପିଏ ଅଧ୍ୟକ୍ଷ ଶ୍ରୀ ପିଏଲ ହରନାଧ ଏହି ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଟିମ ପିପିଏକୁ ଶୁଭେଚ୍ଛା ଜଣାଇଛନ୍ତି । ଆହୁରି ପଢ଼ନ୍ତୁ... କସ୍ତୁରବା ଗାନ୍ଧୀ ବାଳିକା… Aug 4, 2026 ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫… Aug 4, 2026 ସ୍ୱାଧୀନତା ଦିବସ ପାଳନ ପାଇଁ… Aug 4, 2026 ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା… Aug 4, 2026 ସେହିପରି ନୂଆବର୍ଷ ୨୦୨୩ ରେ ବନ୍ଦର ୧୦୦ ଏମଏମଟି କାର୍ଗୋ ପରିବହନ ଲକ୍ଷ୍ୟ ଅତିକ୍ରମ କରିବାକୁ ପ୍ରସ୍ତୁତ ହୋଇଛି । ଚଳିତ ଆର୍ଥିକ ବର୍ଷରେ ମଧ୍ୟ ବନ୍ଦର ୧୨୫ ଏମଏମଟିରୁ ଅଧିକ କାର୍ଗୋ ପରିବହନ ରେକର୍ଡ ହାସଲ ପାଇଁ ଲକ୍ଷ୍ୟ ରଖିଛି । ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ପିପିଏ ୯୬.୮୧ ଏମଏମଟି କାର୍ଗୋ ପରିବହନ କରିଥିଲା । ସୂଚନାଯୋଗ୍ୟ ଗତ ଆର୍ଥିକ ବର୍ଷର ସମାନ ଅବଧି ମଧ୍ୟରେ ୮୩.୬ ଏମଏମଟି କାର୍ଗୋ ପରିବହନ ହୋଇଥିଲା । ଚଳିତ ବର୍ଷ ବନ୍ଦରରେ ଅନେକ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି, ଯାହାଦ୍ୱାରା ଗତ ବର୍ଷ ତୁଳନାରେ ୧୫.୫ ପ୍ରତିଶତ ବୃଦ୍ଧି ରେକର୍ଡ ହୋଇଛି । ଉପକୂଳ ତାପଜ କୋଇଲା ପରିବହନ କ୍ଷେତ୍ରରେ ଗତ ଆର୍ଥିକ ବର୍ଷ ତୁଳନାରେ ୬୮.୧୧ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି ଏବଂ ଏହା ବନ୍ଦରରୁ ପରିବହନ ହୋଇଥିବା ସମୁଦାୟ କାର୍ଗୋର ପ୍ରାୟ ୩୧.୫୬ ପ୍ରତିଶତ ଥିଲା । ପାରାଦୀପ ବନ୍ଦର ଦେଶର ଉପକୂଳ ନୌପରିବହନ କେନ୍ଦ୍ର ଭାବେ ଉପସ୍ଥିତି ଜାହିର କରିବାରେ ଲାଗିଛି ଏବଂ ଏଥିରେ ରାଜସ୍ଥାନ, ଉତ୍ତର ପ୍ରଦେଶ ଓ ହରିଆଣା ସ୍ଥିତ ତାପଜ ବିଦ୍ୟୁତ କେନ୍ଦ୍ରଗୁଡିକରେ ସାମୁଦ୍ରିକ ପଥରେ କୋଇଲା ପହଞ୍ଚାଇବା ଯୋଜନା ମଧ୍ୟ ସାମିଲ ରହିଛି । Continue Reading #shaksinewsOdishaparadeep portstatenews 0 Share