ହୀରାକୁଦ ଜଳଭଣ୍ଡାରରେ ପଟୁ ବ୍ୟାକ୍ ଓ୍ୱାଟର ମାଟି ସର୍ଭେ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରେ ପଟୁ ମାଟି ସର୍ଭେ ସାଙ୍ଗକୁ ବ୍ୟାକ୍ ଓ୍ୱାଟର ସର୍ଭେ ମଧ୍ୟ ଆରମ୍ଭ ହୋଇଛି | ମୁମ୍ବାଇର ଏକ ପ୍ରାଇଭେଟ ସଂସ୍ଥା ଏସଆଇଟିଏଟି ଇଂଜିନିୟରିଂ ପ୍ରାଇଭେଟ ଲିମିଟେଡ୍ କୁ ଏହି ଦାୟିତ୍ୱ ମିଳିଛି | ଜଳଭଣ୍ଡାରର ବୀସ୍ତିର୍ଣ୍ଣ ଜଳରାଶିରେ ଉପରମୁଣ୍ଡକୁ କିଲୋମିଟର ଯାଏଁ ଏହି ସର୍ଭେ ହେବାକୁ ଥିବାବେଳେ ତଳମୁଣ୍ଡରେ ୫୦ କିଲୋମଟିର ଯାଏଁ ସର୍ଭେ କରାଯିବ |

ଦୁଇଟି ପଦ୍ଧତିରେ ଏହି ସର୍ଭେ ଆରମ୍ଭ ହୋଇଛି | ପ୍ରଥମଟି ହେଲା ଶୁଖିଲା ସ୍ଥାନରେ, ଯାହାକୁ ଡିଜିପିଏସ (ଡିଫାରେନ୍ସିଆଲ ଗ୍ଲୋବାଲ ପୋଜିସନିଂ ସିଷ୍ଟମ) କୁହାଯାଉଥିବାବେଳେ ଡ୍ରୋନ କ୍ୟାମେରା ସାହାଯ୍ୟରେ କରାଯାଉଛି | ସେହିପରି ଦ୍ୱିତୀୟଟି ହେଲା ଇକୋ ସାଉଣ୍ଡର, ଯାହା ପାଣି ଭିତରେ ସର୍ଭେ କରୁଛି | ଏଥିରେ ବରଗଡ,ଝାରସୁଗୁଡା ଜିଲ୍ଲାରେ ଥିବା ଜଳଭଣ୍ଡାର ଅଞ୍ଚଳରେ କରାଯାଉଛି | ୧୦ରୁ ୧୨ଜଣ କର୍ମଚାରୀ ନିୟୋଜିତ ଥିବାବେଳେ ସମୁଦାୟ ଦୁଇରୁ ଅଢେଇ ମାସ ସମୟ ଲାଗିବ |